ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଯୁଦ୍ଧ ବିରତି ସତ୍ତ୍ୱେ ନେତନ୍ୟାହୁଙ୍କ ସେନାର ଆତଙ୍କ , ଲେବାନନରେ ହମାସର କ୍ୟାମ୍ପ ଧ୍ୱଂସବିଧ୍ୱଂସ

Published By : Prameya | January 31, 2025 6:10 PM

ନୂଆଦିଲ୍ଲୀ : ଇସ୍ରାଏଲ ଓ ହିଜବୁଲ୍ଲାହ ମଧ୍ୟରେ ଯୁଦ୍ଧ ବିରାମ ସତ୍ତ୍ୱେ ଇସ୍ରାଏଲୀୟ ପିଏମ୍ ବେଞ୍ଜାମିନ୍‌ ନେକନ୍ୟାହୁଙ୍କର ସେନା  ଲେବାନନର ବେକା ଘାଟୀରେ ହମାସର ଅନେକ ଠିକଣା ଉପରେ ଜବରଦସ୍ତ ହମଲା କରିଛି। ଇସ୍ରାଏଲୀୟ ସେନା ଶୁକ୍ରବାର ବୟାନ ଜାରି କରି କହିଛି କି ସେ ଅନେକ ଆତଙ୍କବାଦୀ ଠିକଣକୁ ଟାର୍ଗେଟ୍‌ କରିଛି ,ଯେଉଁଥିରେ ସ୍ଥଳଭାଗ ଅସ୍ତ୍ରଶସ୍ତ୍ର ନିର୍ମାଣ କେନ୍ଦ୍ର ଓ ସିରିଆ-ଲେବାନନ ସୀମାରେ ଥିବା ତସ୍କରୀ ଠିକଣା ସାମିଲ ଥିଲା।

ଆରବ ନ୍ୟୁଜର ରିପୋର୍ଟ ମୁତାବିକ, ଇସ୍ରାଏଲୀୟ ସେନାର କହିବାନୁସାରେ , ଏହି ହମଲା ସେହି ଠିକଣା ଉପରେ କରାଯାଇଛି., ଯାହା ତାଙ୍କର ସୁରକ୍ଷା ପାଇଁ ବିପଦ ଥିଲା। ଏହାର ଗୋଟିଏ ଦିନ ପୂର୍ବରୁ , ଇସ୍ରାଏଲ ଦାବି କରିଥିଲା କି ସେ ହିଜବୁଲ୍ଲାହର ଏକ ଜାସୁସୀ ଡ୍ରୋନ୍‌କୁ ମାରି ଖସାଇ ଦେଇଛି, ଯାହା ଇସ୍ରାଏଲୀୟ ସୀମା ଆଡ଼କୁ ବଢି ଚାଲିଥିଲା। ସେନା ଏହାକୁ ସିଜଫାୟର ଚୁକ୍ତିନାମାର ଉଲ୍ଲଙ୍ଘନର ଆଖ୍ୟା ଦେଇଛି ଏବଂ ଚେତାବନୀ ଦେଇଛି କି ସେ ଆତଙ୍କବାଦୀ କାର୍ଯ୍ୟକାଳପକୁ କୌଣସି ବି ସ୍ଥିତିରେ ଅଣଦେଖା କରିବେ ନାହିଁ।

ଉଲ୍ଲେଖନୀୟ ଯେ, ଇସ୍ରାଏଲୀୟ ସେନାକୁ ୨୬ ଜାନୁଆରୀ ଯାଏ ଦକ୍ଷିଣୀ ଲେବାନନରୁ ସଂପର୍ଣ୍ଣ ରୂପେ ହଟିବାର ଥିଲା , କିନ୍ତୁ ସେ ଏହି ଡେଡଲାଇନ୍‌କୁ ମାନି ନାହିଁ ଏବଂ ଏବେ ତାକୁ ୧୮ ଫେବ୍ରୁଆରୀ  ଯାଏ ସମୟ ଦିଆଯାଇଛି। ହେଲେ ଇସ୍ରାଏଲ ପ୍ରଥମେ ବିଁ ସ୍ପଷ୍ଟ କରି ସାରିଛି କି ସେ ଏହି ଡେଡଲାଇନ୍‌ର ପାଳନ କରିବାର ମୁଡ୍‌ରେ ହିଁ ନାହିଁ , କାରଣ ତାର ଅଭିଯୋଗ କି ଲେବାନାନୀ ସେନା ନିଜର ଦାୟିତ୍ୱ ପୂରା କରି ନାହିଁ।

ସିଜଫାୟରର ସର୍ତ୍ତ ମୁତାବିକ, ହିଜବୁଲ୍ଲାହକୁ ଲିତାନୀ ନଦୀର ଉତ୍ତରରେ ପଛକୁ ହଟିବାର ଥିଲା ଏବଂ ଲେବାନନୀ ସେନାକୁ ଦକ୍ଷିଣୀ ଅଞ୍ଚଳରେ ମୁତୟନ କରାଯିବାର ଥିଲା। ଏହା ବ୍ୟତୀତ ହିଜବୁଲ୍ଲାହକୁ ନିଜର ବାକି ସେନା ଠିକଣାକୁ ମଧ୍ୟ ବନ୍ଦ କରିବାର ଥିଲା। କିନ୍ତୁ ସଦ୍ୟ ହମଲା ଏହା ସଙ୍କେତ ଦେଉଛି କି , ଇସ୍ରାଏଲ ଏହି ଚୁକ୍ତିନାମାକୁ ଆଗରୁ ଆହୁରି ଚ୍ୟାଲେଞ୍ଜ ଦେଇପାରେ, ଯେଉଁଥିରେ ପୂରା କ୍ଷେତ୍ରରେ ନୂଆ ବିବାଦ ସୃଷ୍ଟି ହେବାର ଆଶଙ୍କା ବଢି ଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.