ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଚେତାବନୀ ପରେ ଖରାପ ପାଗ ଯୋଗୁଁ କେଦାରନାଥ ଧାମ ଯାତ୍ରା ୧୪ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି କାରଣରୁ ବର୍ତ୍ତମାନ ସେଠାରେ ଥିବା ଯାତ୍ରୀଙ୍କ ରାସ୍ତାରେ ହିଁ ରୋକି ଦିଆଯାଇଛି। ତେବେ ଏହା ପରେ ବି ସୋନପ୍ରୟାଗ ଜିଲ୍ଲାରେ ଜମା ହୋଇଥିବା ତୀର୍ଥଯାତ୍ରୀଙ୍କ ପ୍ରବଳ ଭିଡ ବୁଧବାର ନିୟନ୍ତ୍ରଣ ହରାଇ ବସିଥିଲା। ସେମାନେ ଆଗକୁ ଯିବାକୁ ଜିଦି କରିଥିଲେ। ଏହି ସମୟରେ ନା କେବଳ ପୋଲିସ ତାଙ୍କୁ ବିରୋଧ କରିଥିଲା, ବଂର ରାସ୍ତା ରୋକିବା ପାଇଁ ପୋଲିସ ଦ୍ବାରା ଲଗାଯାଇଥିବା ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢିବାର ଚେଷ୍ଟା କରାଯାଇଥିଲା। ଏହି ସମୟରେ ଲୋକ ଓ ପୋଲିସ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା, ଏହାପରେ ପୋଲିସ ତାଙ୍କ ଉପରେ ଲାଠିଚାର୍ଜ କରିବା ପରେ ତାଙ୍କୁ ସେଠାରୁ ବାହାର କରିଥିଲା।
ଏତେ କଟକଣା ପରେ ବି କିଛି ଲୋକ ନିଜ ଜୀବନକୁ ବିପଦରେ ପକାଇ ଯାତ୍ରାରେ ବାହାରିଥିଲେ। ଏହି ସଂଘର୍ଷ ପରେ କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ବ୍ୟାରିକେଡ୍ ହଟାଇବା ମାତ୍ରେ ଲୋକ ମାଡି ଆସୁଛନ୍ତି। ଏହାପରେ ତାଙ୍କ ଉପରେ ପୋଲିସ ଲାଠିଚାର୍ଜ କରିବା ଆରମ୍ଭ କରିଦେଇଥିଲା।
ଏହା ପୂର୍ବରୁ ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ପ୍ରବଳ ବର୍ଷା ଚେତାବନୀ ଦେଖି କେଦାରନାଥ ଯାତ୍ରାକୁ ରବିବାର ୧୪ ଅଗଷ୍ଟ ପର୍ଯ୍ୟନ୍ତ ରୋକି ଦେଇଥିଲା। ସୂଚନା ଦେଇ ରୁଦ୍ର ପ୍ରୟାଗ ଜିଲ୍ଲା ଅଧିକାରୀ ପ୍ରତୀକ ଜୈନ କହିଛନ୍ତି, ପାଣିପାଗ ବିଜ୍ଞାନ କେନ୍ଦ୍ର ୧୨, ୧୩ ଓ ୧୪ ଅଗଷ୍ଟରେ ରୁଦ୍ର ପ୍ରୟାଗ ସହିତ ରାଜ୍ୟର ବହୁ ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି। ଏହି କାରଣରୁ ଯାତ୍ରାକୁ ଅସ୍ଥାୟୀ ଭାବରେ ରୋକି ଦିଆଯାଇଛି।