ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପାଇଁ ମନୋନୀତ ହେବା ପରେ ଫଡନାଭିସଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ.. ମୋଦୀ ହୈ ତୋ ମୁମକିନ୍ ହୈ’…

Published By : Prameya | December 4, 2024 5:11 PM

ନୂଆଦିଲ୍ଲୀ: ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେବା ପରେ ଦେବେନ୍ଦ୍ର ଫଡନାଭିସ୍ ବିଧାୟକ ମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ, ବିଜୟ ରୂପାନୀଙ୍କ ସମେତ ଦଳର ବିଧାୟକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିସହ ସେ ବିଜେପି ହାଇକମାଣ୍ଡକୁ ମଧ୍ୟ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ନିର୍ବାଚନ ସମୟରେ ଦିଆଯାଇଥିବା ସ୍ଲୋଗାନକୁ ଦୋହରାଇ ଫଡନାଭିସ୍ କହିଛନ୍ତି ଯେ, ‘ଏକ ହୈ ତୋ ସେଫ୍ ହୈ’ ଏବଂ ମୋଦୀ ହୈ ତୋ ମୁମକିନ୍ ହୈ’…

ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ପ୍ରଚଣ୍ଡ ଜନାଦେଶ ପରେ ଆମର ଏକ ବଡ଼ ଦାୟିତ୍ବ  ରହିଛି । ଜନସାଧାରଣଙ୍କ ପାଇଁ ଆମକୁ ନିରନ୍ତର କାର୍ଯ୍ୟ ଜାରି ରଖିବାକୁ ପଡିବ । ଆମେ ରାଜନୀତିରେ ଏକ ବଡ଼ ଲକ୍ଷ୍ୟ ଅନୁସରଣ କରୁଛୁ। ମୋତେ ମୁଖ୍ୟମନ୍ତ୍ରୀ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏକ ନୂତନ ଭାରତ ପ୍ରସ୍ତୁତ କରାଯାଉଛି।

ଫଡନାଭିସ୍ କହିଛନ୍ତି ଯେ ଏହା ଏକ ଜନାଦେଶ ଯାହା ଆମକୁ ଦାୟୀ କରିଥାଏ। ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା କେବଳ ଆମର ଦାୟିତ୍ବ ନୁହେଁ, ରାଜ୍ୟକୁ ଆଗକୁ ନେବାକୁ ମଧ୍ୟ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ସୂଚନାଥାଉକି, ଦେବେନ୍ଦ୍ର ଫଡନାଭିସ୍ ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଗୁରୁବାର ଅପରାହ୍ନ ୫ ଟାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ସୂଚନାଥାଉକି, ନଭେମ୍ବର ୨୦ ରେ ମହାରାଷ୍ଟ୍ରରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ଏକ ବୃହତ ସଫଳତା ହାସଲ କରିଛି ଏବଂ ରାଜ୍ୟର ୨୮୮ ବିଧାନସଭା ଆସନ ମଧ୍ୟରୁ ୧୩୨ ଟି ଜିତିଛି, ଯାହା ରାଜ୍ୟରେ ଏପର୍ଯ୍ୟନ୍ତ ସର୍ବୋତ୍ତମ ପ୍ରଦର୍ଶନ ଅଟେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.