ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି।ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ସମନ ପଠାଇଛନ୍ତି। କଂଗ୍ରେସ ନେତା ପ୍ରଫୁଲ୍ଲ ବିନୋଦରାଓ ଗୁଡାଧେ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଏଥିରେ ନାଗପୁର ଦକ୍ଷିଣ ପଶ୍ଚିମ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ବିଜୟକୁ ଚ୍ୟାଲେଞ୍ଜ କରାଯାଇଛି। ଗୁଡାଧେ ଏହି ଆସନରୁ ନିର୍ବାଚନ ହାରି ଯାଇଥିଲେ।
ନ୍ୟୁଜ୍ ଏଜେନ୍ସି ଆଇଏଏନଏସ ଅନୁସାରେ, କଂଗ୍ରେସ ନେତା ଗୁଡାଧେ, ଦେବେନ୍ଦ୍ର ଫଡନବୀସଙ୍କ ଠାରୁ ୩୯ ହଜାର ୭୧୦ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଗୁଡାଧେ ଫଡନାଭିସଙ୍କ ଉପରେ ଦୁର୍ନୀତିଗ୍ରସ୍ତ ଆଚରଣର ଅଭିଯୋଗ ଆଣିଛନ୍ତି। ଜଷ୍ଟିସ୍ ପ୍ରବୀଣ ପାଟିଲଙ୍କ ଖଣ୍ଡପୀଠ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ମେ ୮ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଧାନସଭା ନିର୍ବାଚନରେ ଦେବେନ୍ଦ୍ର ଫଡନବୀସଙ୍କୁ ମୋଟ ୧୨୯୪୦୧ ଭୋଟ ମିଳିଥିଲା। କଂଗ୍ରେସ ନେତାଙ୍କୁ ୮୯୬୯୧ ଭୋଟ ମିଳିଥିଲା। ଯଦି ଆମେ ଭୋଟ ସେୟାର ସଂଖ୍ୟା ଉପରେ ନଜର ପକାଇବା,ତେବେ ଫଡନଭିସଙ୍କୁ ୫୬.୮୮ ପ୍ରତିଶତ ଭୋଟ ଏବଂ ପ୍ରଫୁଲ୍ଲ ବିନୋଦରାଓ ଗୁଡାଧେଙ୍କୁ ୩୯.୪୩ ପ୍ରତିଶତ ଭୋଟ ମିଳିଛି। ଇଭିଏମ୍ ଭୋଟ ତଥ୍ୟରେ, ମୁଖ୍ୟମନ୍ତ୍ରୀଙ୍କୁ ୧୨୭୭୨୬ ଭୋଟ ଏବଂ ଗୁଡାଧେଙ୍କୁ ୮୮୫୧୫ ଭୋଟ ମିଳିଛି। ପୋଷ୍ଟାଲ୍ ବାଲଟରେ ଦେବେନ୍ଦ୍ର ଫଡନାଭିସ୍ ୧୬୭୫ ଭୋଟ୍ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୧୧୭୬ ଭୋଟ୍ ପାଇଥିଲେ।