ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଦେବଜିତ୍ ସାଇକିଆ ବିସିସିଆଇ ନୂଆ ସମ୍ପାଦକ, ଜୟ ଶାହଙ୍କ ଜାଗା ନେବେ

Published By : Ankita S | January 12, 2025 2:11 PM

ମୁମ୍ବାଇ,୧୨/୦୧:  ବିସିସିଆଇକୁ ମିଳିଲେ ନୂଆ ସମ୍ପାଦକ । ଦେବଜିତ୍ ସାଇକିଆ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଆସାମର ପୂର୍ବତନ କ୍ରିକେଟର ଦେବଜିତ୍ ସାଇକିଆଙ୍କୁ ବିସିଆଇର ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ ଦେବଜିତ ସାଇକିଆଙ୍କୁ ଏହି ଦାୟିତ୍ବ ମିଳିଛି । ଏବେ ଜୟ ଶାହଙ୍କ ଜାଗା ନେଇ ଦେବଜିତ୍ ସାଇକିଆ ।

ବିସିସିଆଇ ଅଧ୍ୟକ୍ଷ ରୋଜର ବିନି ପୂର୍ବତନ କ୍ରିକେଟର ଦେବଜିତ ସାଇକିଆଙ୍କୁ କାର୍ଯ୍ୟକାରୀ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି । ପୂର୍ବତନ ୱିକେଟ କିପର ବ୍ୟାଟ୍ସମ୍ୟାନ ଦେବଜିତ ସାଇକିଆ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତଥା ବିସିସିଆଇର ନୂଆ ସମ୍ପାଦକ ହୋଇଛନ୍ତି । ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ସ୍ଥାନରେ ଦେବଜିତ ଏହି ପଦ ଗ୍ରହଣ କରିବେ । ଏହି ପଦ ପାଇଁ ଦେବଜିତ ଏକମାତ୍ର ପ୍ରାର୍ଥୀ ଥିଲେ । ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ ସାଇକିଆ ମଧ୍ୟବର୍ତ୍ତୀକାଳୀନ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ।

ବିସିସିଆଇ ସମ୍ବିଧାନ ଅନୁଯାୟୀ କୌଣସି ଖାଲି ପଦବୀକୁ ୪୫ ଦିନ ମଧ୍ୟରେ ପୂରଣ କରିବାର ନିୟମ ରହିଛି । ଜୟ ଶାହ ୨୦୨୪ ଡିସେମ୍ବର ୧ ତାରିଖରେ ଆଇସିସି ଅଧ୍ୟକ୍ଷ ରୂପେ ଦାୟିତ୍ବ ଗ୍ରହଣ କରିଥିଲେ । ଏହାପରେ ସମ୍ପାଦକ ପଦ ଖାଲି ପଡିଥିଲା । ବିସିସିଆଇ ଏକ ସାଧାରଣ ସଭା ଡାକି ଏହି ପଦବୀ ନେଇ ଦେବଜିତ ସାଇକିଆଙ୍କୁ ସମ୍ପାଦକ ନିଯୁକ୍ତି କରିଛି । 

କିଏ ଦେବଜିତ୍ ସାଇକିଆ- ୧୯୬୯ରେ ଆସାମ ରାଜଧାନୀ ଗୌହାଟୀରେ ଦେବଜିତ ସାଇକିଆ ଜନ୍ମଗ୍ରହଣ କରିଥିଲେ । ଆସାମ ଟିମ୍ ପକ୍ଷରୁ ଫାଷ୍ଟ କ୍ଲାସ କ୍ରିକେଟ ଖେଳିଥିଲେ । ୧୯୮୪ରେ ଖେଳିବାକୁ ସୁଯୋଗ ପାଇଥିଲେ । ଆସାମ ଅଣ୍ଡର-୧୯ ଟିମରେ ୧୯୮୯ରେ ଖେଳିଥିଲେ । ସେ ପ୍ରଥମ ଶ୍ରେଣୀର ପୂର୍ବତନ କ୍ରିକେଟର । ସେ ୧୯୯୦ରୁ ୧୯୯୧ ଯାଏ ୪ଟି ମ୍ୟାଚ ଖେଳିଥିଲେ । ତାଙ୍କ କ୍ରିକେଟ କ୍ୟାରିୟର ବହୁତ ଛୋଟ ରହିଛି । ସେ ୫୩ ରନ୍ କରି ୯ଟି ୱିକେଟ ନେଇଛନ୍ତି । ଇଷ୍ଟ ଜୋନ ପକ୍ଷରୁ ସୌରଭ ଗାଙ୍ଗୁଲିଙ୍କ ସହ ଖେଳିଛନ୍ତି ଦେବଜିତ୍ । ୨୦୨୨ରେ ସାଇକିଆଙ୍କୁ ବିସିସିଆଇ ଯୁଗ୍ମ ସଚିବ ନିଯୁକ୍ତ କରିଥିଲା । ସେବେ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ଥିଲେ । ୧୯୯୧ରେ ୱିକେଟକିପର ବ୍ୟାଟ୍ସମ୍ୟାନ ହିସାବରେ ଆସାମ ପାଇଁ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ୨୧ ବର୍ଷ ବୟସରେ କ୍ରିକେଟ କ୍ୟାରିୟର ଛାଡି ପାଠ ପଢାରେ ଫୋକସ କରିଥିଲେ । ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରି ଆଇନରେ ଡିଗ୍ରୀ ଏବଂ ଓକିଲାତି ପ୍ରାକ୍ଟିସ କରିଥିଲେ । ଗୌହାଟୀ ହାଇକୋର୍ଟରେ ଓକିଲ ହୋଇଥିଲେ । କ୍ରୀଡା କୋର୍ଟ ଅନୁଯାୟୀ ଆରିବିଆଇ ଓ ଉତ୍ତର ରେଲୱେରେ ଚାକିରି ପାଇଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.