ମୁମ୍ବାଇ,୧୯/୧୨: ମାଆ ହେଲେ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା  ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ। ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଯାହାପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । 

ତେବେ  ଦେବୋଲିନା ସୋସିଆଲ ମିଡ଼ିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, 'ହେଲୋ ୱାର୍ଲ୍ଡ!ଆମର ଏକ ଶିଶୁ ପୁତ୍ର ହୋଇଛି। ଯେଉଁଥିପାଇଁ ବେଶ ଖୁସି ଅଛୁ।  ଯେଉଁଥିରେ ଟିଭି ଇଣ୍ଡଷ୍ଟ୍ରିର  ବଡ ତାରକାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆରତୀ ସିଂ, ପରେସ ଛାବ୍ରା, ରାଜୀବ ଆଦିତ୍ୟ, କାଜଲ ପିସାଲ ଶିଶୁକୁ ଆଶୀର୍ବାଦ ଦେଇଥିଲେ। ସୁପ୍ରିୟା ଶୁକ୍ଲା କମେଣ୍ଟରେ ଲେଖିଛନ୍ତି, “ତୁମ ଦୁହିଁଙ୍କୁ ଅଭିନନ୍ଦନ… କୁନି ପୁଅକୁ ବହୁତ ଭଲପାଇବା।” ସେହିପରି ଜଣେ ୟୁଜର ଲେଖିଛନ୍ତି ,ଦେବୋଲିନା ମାଆ ହୋଇଗଲେ..ତାଙ୍କ ଶିଶୁ ପୁତ୍ରକୁ ଦେଖିବାକୁ ଅପେକ୍ଷା । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି,  “ହେ ଅଭିନନ୍ଦନ,ତୁମ ଦୁହିଁଙ୍କ ପାଇଁ ବହୁତ ଖୁସି! ଭଗବାନ ତୁମ ସନ୍ତାନଙ୍କୁ ଆଶୀର୍ବାଦ ଦିଅନ୍ତୁ ।”  ତେବେ ଡ଼ିସେମ୍ବର ୨୦୨୨ରେ ଦେବୋଲିନା ତାଙ୍କ ଜିମ୍ କୋଚ୍ ଶାନଓ୍ବାଜ ଶେଖ୍‌ଙ୍କୁ ବିବାହ କରିଥିଲେ । ଲୋନାଭାଲାରେ ସେ ଏକ କୋର୍ଟରେ ବିବାହ କରିଥିଲେ । ଯେଉଁଥିରେ କେବଳ ତାଙ୍କର ଘନିଷ୍ଠ ବନ୍ଧୁମାନେ ସାମିଲ ଥିଲେ ।