ହରଭଙ୍ଗା,୧୨/୧୨ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର ମୌଜାରେ ବିଜେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଭାବେ ବାମଦେବ ଦାଶ ଓଡ଼ିଶା ଦେବୋତ୍ତର ବିଭାଗର ଅନୁମୋଦନ ଲାଭ କରିଛନ୍ତି । ସୂଚନା ଅନୁସାରେ, ୨୦୧୦ମସିହାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇ ୨୩ J BDHଭାବେ ପଂଜୀକୃତ ହୋଇ ନ୍ୟାସମଣ୍ଡଳୀ ଗଠନ ହୋଇଥିଲା । ଅଳ୍ପଦିନ ତଳେ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ଆଇନ ବିଭାଗ ସ୍ବୀକୃତି ପରେ ଦେବୋତ୍ତର ବିଭାଗ ପକ୍ଷରୁ ୭ ଜଣିଆ ଟ୍ରଷ୍ଟ ବୋର୍ଡ଼ରେ ବାମଦେବ ଦାଶ, କୃଷ୍ଣଚନ୍ଦ୍ର ମଲ୍ଲିକ, ଅର୍ଜୁନ କହଁର, ସିକନ ନାୟକ, ସୁରେଶ ବେହେରା, ବେଦବର ପ୍ରଧାନ, ସ୍ୱପ୍ନେଶ୍ୱର ଜାନୀ ସ୍ଥାନ ପାଇଥିଲେ ।

ଅତିରିକ୍ତ ତଥା ସହକାରୀ ଦେବୋତ୍ତର କମିଶନର ବ୍ରହ୍ମପୁରଙ୍କ ନିର୍ଦ୍ଦେଶ ସଂଖ୍ୟା ୧୭୮୮(୪)/୨୩ -JBତା୨୬.୧୧.୨୦୨୫ ଅନୁସାରେ ବାମଦେବ ଦାଶଙ୍କୁ ନୂତନ ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଜଗନ୍ନାଥ ମହାପ୍ରଭୁଙ୍କ ରିତିନିତି ଓ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଭାଈଭଉଣୀ ଓ ଅଞ୍ଚଳବାସୀଙ୍କ ସହଭାଗୀତା ଓ ସହଯୋଗରେ ସମାପନ କରିବା ପାଇଁ ଅନୁରୋଧ କରିଛନ୍ତି l