ନୀଳଗିରି,୧୧/୬ : ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ସ୍ନାନମଣ୍ଡପରେ ବିରାଜମାନ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।୧୦୮ ସୁବାସିତ ଜଳରେ ସ୍ନାନକାର୍ଯ୍ୟ ସମାପନ ପରେ ଆଳତୀ ନୀତି ସମାପନ ହୋଇଛି।ଏହାପରେ ମହାପ୍ରଭୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ପ୍ରବଳ ବର୍ଷା ଲାଗିଥିଲେ ମଧ୍ୟ ହଜାର ହଜାର ଭକ୍ତ ସ୍ନାନମଣ୍ଡପ କୁ ଯାଇ ଦର୍ଶନ କରି ଆଶିଷ ଲାଭ କରିଛନ୍ତି।
ସାଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ,ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ମହାପ୍ରଭୁଙ୍କ ଠାରୁ ଆଶିଷ କାମନା କରିଛନ୍ତି। ଆଜି ତିନିଠାକୁର ଅଣସରବରକୁ ଯିବାପରେ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ନୀତି ସମାପନ ହେବ।ଚନ୍ଦନ କାଠକୁ ଆଖି ଆଗରେ ରଖି ବାହାନଗା ବ୍ଲକ କସବା ଜୟପୁର ପଂଚାୟତରେ ତିନିପଡା ଗ୍ରାମର ମୁକ୍ତିକାନ୍ତ ପରିଡା , ପୁଅ,ଭଣଜା,ଝିଆରୀ ସହିତ ଆସି ୪୦ କେଜି ଚନ୍ଦନ କାଠ ମହାପ୍ରଭୁଙ୍କୁ ଦାନ କରିଛନ୍ତି।
ତିନି ଠାକୁରଙ୍କ ନୀତିକାନ୍ତି ପାଇଁ ଚନ୍ଦନ କାଠର ଅଭାବ ଥିବା ଖବର ପାଇ ସେ ବାଡିରୁ ଗଛକାଟି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିବା କହିଛନ୍ତି।