କୋଣାର୍କ,୦୯/୧୧: କାର୍ତ୍ତିକ ମାସ ଶେଷ ଶନିବାର ପ୍ରତ୍ୟୁଷରୁ ସୂର୍ଯ୍ୟମନ୍ଦିର ବେଢା ନିକଟସ୍ଥ ନବଗ୍ରହ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା । ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁମାନେ ଗ୍ରହ ପୀଡାରୁ ମୁକ୍ତି ନିମନ୍ତେ ପୀଠ ପରିସରରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିଥିଲେ। ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଶୃଙ୍ଖଳିତ ଧାଡି ଦର୍ଶନର ବ୍ୟବସ୍ଥା ହୋଇଥିଲା । ନବଗ୍ରହଙ୍କ ପୀଠରେ ମାନସିକ ରଖି ଶିଶୁ ମାନଙ୍କୁ ବାଲିରେ ଅଣ୍ଟା ପର୍ଯ୍ୟନ୍ତ ପୋତିଲେ ପୋଲିଓ, ବାତ ରୋଗ ଆଦି ଭଲ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ୱାସ ରହିଛି । ପାର୍କିଂ ନିମନ୍ତେ ମେଡ଼ିକାଲ ଛକରେ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ଲାଗି ରହିଥିଲା।
ପୋଲାଭରମ ପ୍ରକଳ୍ପରେ ବୁଡ଼ିବ ମାଲକାନଗିରିର ୨୦୦ରୁ ଅଧିକ...