ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଡିଜିସିଏଙ୍କ କଡ଼ା ଚେତାବନୀ; ଏୟାରବସ ଇଞ୍ଜିନ ସମସ୍ୟା ଏବଂ ରେକର୍ଡ ଜାଲିଆତି ନେଇ ଆସିଲା ସାଂଘାତିକ ଅଭିଯୋଗ

Published By : Bijay Swain | July 4, 2025 5:53 PM

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ପଛରୁ ବିବାଦ ହଟିବାର ନାମ ନେଉନି। ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଗୋଟିଏ ପରେ ଗୋଟିଏ ବିମାନ ସମ୍ପର୍କିତ ଅଭିଯୋଗ ଏୟାର ଇଣ୍ଡିଆ ପଛରେ ଲାଗି ରହିଛି। ଏହି ପରିପ୍ରେକ୍ଷିରେ ଶୁକ୍ରବାର ଏୟାର ଇଣ୍ଡିଆର ଏକ୍ସପ୍ରେସ ବିମାନ ସେବା ଉପରେ ଇଞ୍ଜିନ କମ୍ପୋନେଟ ପରିବର୍ତ୍ତନକୁ ନେଇ ପୁଣି ଆସିଛି ଏକ ବଡ ଅଭିଯୋଗ। 

ସୂଚନା ମୁତାବକ, ଭାରତର ବେସାମରିକ ବିମାନ ଚଳାଚଳ ନିୟାମକ ସଂସ୍ଥା (DGCA) ଏୟାର ଇଣ୍ଡିଆର ବଜେଟ ଏୟାରଲାଇନ ଏୟାର ଇଣ୍ଡିଆ ଏକ୍ସପ୍ରେସ ପାଇଁ ଏକ ସରକାରୀ ମେମୋ ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ ଏୟାରଲାଇନ ଇଉରୋପୀୟ ସଂଘର ବିମାନ ଚଳାଚଳ ସୁରକ୍ଷା ସଂସ୍ଥା (EASA)ର ନିର୍ଦ୍ଦେଶ ଅନୁଯାୟୀ ଏୟାରବସ A320 ବିମାନର ଇଞ୍ଜିନ ଅଂଶଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟରେ ବଦଳାଇ ନଥିଲା। ଏହା ସହିତ, ନିୟାମକ ଅନୁଯାୟୀ ପାଳନ କରାଯାଇଥିବା ଦେଖାଇବା ପାଇଁ ଏୟାରଲାଇନର AMOS (Aircraft Maintenance and Engineering Operating System) ରେକର୍ଡଗୁଡ଼ିକୁ ମଧ୍ୟ "ଜାଲିଆତି/ବଦଳାଯାଇଥିବା" ନେଇ ଅଭିଯୋଗ ହୋଇଛି। ଏହି ଘଟଣା VT-ATD ବିମାନ ସହ ଜଡ଼ିତ ରହିଛି। ଯାହା ସାଧାରଣତଃ ଦେଶୀୟ ଏବଂ ଦୁବାଇ, ମସ୍କଟ ଭଳି ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ଉଡ଼ାଣ ଭରିଥାଏ।

ଏନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ଖବର ସରବରାହ ସଂସ୍ଥା ରୟଟର୍ସକୁ ଦେଇଥିବା ଏକ ବୟାନରେ କହିଛି ଯେ ତାଙ୍କ ଟେକ୍ନିକାଲ ଟିମ୍ ମନିଟରିଂ ସଫ୍ଟୱେୟାରରେ ରେକର୍ଡ ସ୍ଥାନାନ୍ତର ସମୟରେ ନିର୍ଦ୍ଦିଷ୍ଟ ଅଂଶ ବଦଳାଇବାର ନିର୍ଧାରିତ ସମୟ ହରାଇ ବସିଥିଲା। ସମସ୍ୟା ଚିହ୍ନଟ ହେବା ପରେ ଏହାକୁ ତୁରନ୍ତ ସଂଶୋଧନ କରାଯାଇଥିଲା ଏବଂ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ନିଆଯାଇଥିଲା। ଯାହା ମଧ୍ୟରେ ଗୁଣବତ୍ତା ପରିଚାଳକ(କ୍ୱାଲିଟି କଣ୍ଟ୍ରୋଲ ମ୍ୟାନେଜର)ଙ୍କୁ ପଦବୀରୁ ହଟାଇବା ଏବଂ ଡେପୁଟି କଣ୍ଟିନ୍ୟୁଇଂ ଏୟାରୱର୍ଥିନେସ୍ ମ୍ୟାନେଜରଙ୍କୁ  ମଧ୍ୟ ନିଲମ୍ବନ କରାଯାଇଥିଲା।

ଏହି ଘଟଣା ଏୟାର ଇଣ୍ଡିଆ ଏକ୍ସପ୍ରେସର ସୁରକ୍ଷା ମାନଦଣ୍ଡ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ମେମୋରେ କୁହାଯାଇଛି ଯେ ଏହି ତ୍ରୁଟି ପରିଚାଳକଙ୍କ ଗୁଣବତ୍ତା ନିୟନ୍ତ୍ରଣ ନିଶ୍ଚିତ କରିବାରେ ବିଫଳତାକୁ ସୂଚାଇଛି।

ଏହା ପୂର୍ବରୁ, ଏୟାର ଇଣ୍ଡିଆ ଏବଂ ଏହାର ମୂଳ କମ୍ପାନୀ ଏୟାର ଇଣ୍ଡିଆ ଉପରେ ମଧ୍ୟ ଏହିପରି ଅନେକ ଅଭିଯୋଗ ରହିଛି। ଏହି ଘଟଣା ଏୟାର ଇଣ୍ଡିଆ ଏକ୍ସପ୍ରେସର ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏବଂ ଏହା ଏୟାରଲାଇନ ଇଣ୍ଡଷ୍ଟ୍ରୀରେ ସୁରକ୍ଷା ମାନଦଣ୍ଡରେ ଥିବା ଗୁରୁତ୍ୱକୁ ଆହୁରି ଜୋର ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.