କଟକ,୧୧/୦୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୯ ଓ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ସୀମାନ୍ତରେ ନାକାବନ୍ଦୀ ଓ ପାଟ୍ରୋଲିଂ କଡ଼ାକଡ଼ି କରାଯିବ । କରିଛନ୍ତି । କଟକ ବକ୍ସି ବଜାରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବରିଷ୍ଠ ଆଇପିଏସ୍ ଅଧିକାରୀମାନେ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

ମୟୂରଭଞ୍ଜର ପ୍ରମୁଖ ସଡ଼କରେ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ କାର୍ଯ୍ୟକ୍ରମ ସ୍ଥଳରେ ଏସ୍ଓଜି, ଷ୍ଟ୍ରାଇକିଂ ଫୋର୍ସ ଓ କେ-୯ ସ୍ପେସାଲ୍ ସ୍କ୍ୱାଡ୍ ନିୟୋଜିତ କରାଯିବ । ସମଗ୍ର ଅଞ୍ଚଳରେ ଅଧିକ ସିସିଟିଭି କ୍ୟାମେରା ଏବଂ ଡ୍ରୋନ୍ ବ୍ୟବସ୍ଥା କରାଯିବ । ମୟୂରଭଞ୍ଜର ପଡ଼ୋଶୀ ରାଜ୍ୟ ସୀମାନ୍ତରେ ନାକାବନ୍ଦୀ ଓ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ।ଏହାବାଦ୍ ସ୍ଥାନୀୟ ହୋଟେଲ୍, ଲଜ୍ ଆଦିରେ ନିୟମିତ ଯାଞ୍ଚ୍ କରିବାକୁ ଡିଜିପି ମୟୂରଭଞ୍ଜ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :-  Jagannath Temple Trademark: ଶ୍ରୀମନ୍ଦିର ସହ ସମ୍ପର୍କିତ ଦୁଇ ଶବ୍ଦ ଓ ଗୋଟିଏ ଲୋଗୋକୁ ମିଳିଲା ପାଟେଣ୍ଟ ,ଆହୁରି ୨୬ଟି ନାମ ଆବେଦନ

ବୈଠକରେ କ୍ରାଇମ୍ବ୍ରାଞ୍ଚ୍ ଡିଜି ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ପୁଲିସ (ଆଧୁନିକୀକରଣ) ଏଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି ଅରୁଣ ବୋଥ୍ରା, ଆଇନ ଓ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ପରିବହନ କମିସନର ଅମିତାଭ ଠାକୁର, ପୁଲିସ କମିସନର ଏସ୍. ଦେବଦତ୍ତ ସିଂହ, ଏସ୍ଏପି ଏଡିଜି ରାଜେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଭିସିରେ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଏବଂ ମୟୂରଭଞ୍ଜ ଏସ୍ପି ବରୁଣ ଗୁଣ୍ଟୁପାଲି ପ୍ରମୁଖ ଯୋଗଦେଇଥିଲେ ।