ମୁମ୍ବାଇ ୨୩/୦୩: କୋରିଓଗ୍ରାଫର୍‌ ଧନଶ୍ରୀ ବର୍ମା ଓ ଭାରତୀୟ କ୍ରିକେଟର ୟୁଝବେନ୍ଦ୍ର ଚହଲଙ୍କ ଛାଡ଼ପତ୍ର ଖବର ଏବେ ଶିରୋନାମାରେ । ନିକଟରେ ଉଭୟଙ୍କ ଛାଡ଼ପତ୍ର ହେବା ପରେ ଧନଶ୍ରୀ ପ୍ରଥମ ଥର ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ନଜର ଆସିଥିଲେ । ଏ ଅବସରରେ ଗଣମାଧ୍ୟମ ତାଙ୍କଠୁ ଛାଡ଼ପତ୍ର ବିଷୟରେ ଜାଣିବାକୁ ଚାହିଁଲେ । କିନ୍ତୁ ଧନଶ୍ରୀ କିଛି ବି କହିଲେ ନାହିଁ । 

ବାସ୍ତବରେ ଧନଶ୍ରୀ ନିଜର ନୂଆ ମ୍ୟୁଜିକ୍‌ ଭିଡିଓର ପ୍ରମୋସନ୍‌ ପାଇଁ ଟି-ସିରିଜ୍‌ ଅଫିସ୍‌ରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଗଣମାଧ୍ୟମକୁ ପୋଜ୍‌ ଦେବା ସମୟରେ ଚହଲ ଓ ତାଙ୍କର ଛାଡ଼ପତ୍ର ବିଷୟରେ କିଛି କୁହିବାକୁ କୁହାଗଲା । ଧନଶ୍ରୀ କିନ୍ତୁ କିଛି କହିବେ ନାହିଁ ବୋଲି ଇଶାରାରେ କହିଲେ । ପ୍ରଥମେ ତାଙ୍କ ଗୀତ ଶୁଣନ୍ତୁ ବୋଲି ସେ ଗଣମାଧ୍ୟମକୁ କହିଲେ । ଗଣମାଧ୍ୟମ କର୍ମୀ ତାଙ୍କ ଗୀତକୁ ପ୍ରଶଂସା କଲେ ଏବଂ ଏହା ଟ୍ରେଣ୍ଡ୍‌ରେ ଅଛି ବୋଲି କହିଲେ । ଏହା ଶୁଣି ଧନଶ୍ରୀ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ।

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଧନଶ୍ରୀ ଓ ଚହଲଙ୍କର ଔପଚାରିକ ରୂପେ ଛାଡ଼ପତ୍ର ହୋଇଛି । ସେହି ଦିନ ଧନଶ୍ରୀଙ୍କର ନୂଆ ମ୍ୟୁଜିକ୍‌ ଭିଡିଓ ଲଞ୍ଚ୍‌ ହୋଇଥିଲା, ଯାହାର ଗୀତ ଏକ୍ସଟ୍ରା ମାରିଟାଲ ଅଫେୟର ଉପରେ ଆଧାରିତ । ଧନଶ୍ରୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଫ୍ୟାନ୍‌ଙ୍କର କ୍ୟାପ୍ସନ୍‌ ଥିବା ପୋଷ୍ଟ୍‌କୁ ଶେୟାର କରିଛନ୍ତି । ଏଥିରେ ଗୀତ ବିଷୟରେ କୁହାଯାଇଛି ‘ଜୀବନ କଳାର ନକଲ ।’ ଏଥିରୁ ଫ୍ୟାନ୍‌ ଅନୁମାନ କରୁଛନ୍ତି ଯେ ଗୀତ ଉଭୟଙ୍କ ଛାଡ଼ପତ୍ରର ପ୍ରକୃତ କାରଣକୁ ଦର୍ଶାଉଛି । କରୋନା ମହାମାରୀ ସମୟରେ ଧନଶ୍ରୀ ଓ ଚହଲଙ୍କ ବନ୍ଧୁତା ହୋଇଥିଲା । ଧନଶ୍ରୀଙ୍କୁ ନୃତ୍ୟ ଶିଖିବାକୁ ଚହଲ କହିଥିଲେ । ଏହା ପରେ ଉଭୟଙ୍କ ବନ୍ଧୁତା ପ୍ରେମରେ ରୂପାନ୍ତରିତ ହୋଇଥିଲା । ୨୦୨୦, ଡିସେମ୍ବର ୧୧ରେ ଭଉୟ ବିବାହ କଲେ । କିନ୍ତୁ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ସେମାନେ ଏକାଠି ରହିଲେ । ୨୦୨୨ରୁ ଉଭୟ ଅଲଗା ରହିବାକୁ ଲାଗିଲେ ।