ପ୍ରମୂଖ ଖବର
  • ବଡମ୍ବା : ପାରିବାରିକ କଳହର କରୁଣ ପରିଣତି . ବିଷ ପିଇ ଶାଶୂ-ବୋହୂ ମୃତ, ପୁଅ ଗୁରୁତର
  • ||
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

ରିଲିଜ୍‌ ପୂର୍ବରୁ ଧନୁଷଙ୍କ ଫିଲ୍ମ ‘କୁବେର’କୁ ଝଟ୍‌କା ଦେଲା ସେନ୍ସର ବୋର୍ଡ

Published By : Tapas Panda | June 18, 2025 11:29 PM

Image Courtesy: thehansindia

ମୁମ୍ବାଇ: ଆମିର ଖାନଙ୍କ 'ସିତାରେ ଜମିନ୍ ପର' ସହିତ, ଆଉ ଏକ ଫିଲ୍ମ ଜୁନ୍ ୨୦ରେ ରିଲିଜ୍ ହେବାକୁ ଯାଉଛି। ସେହି ଫିଲ୍ମଟି ହେଉଛି ଦକ୍ଷିଣ ସୁପରଷ୍ଟାର ଧନୁଷଙ୍କ 'କୁବେର' । ଏହି ଫିଲ୍ମ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ୍ ହେବାକୁ ଯାଉଛି। ଏବେ ଏହି ଫିଲ୍ମଟି ହିନ୍ଦୀରେ ମଧ୍ୟ ଆସୁଛି, ଏହାର ଅର୍ଥ ହେଉଛି ଏହା ବକ୍ସ ଅଫିସରେ ଆମିରଙ୍କ ଫିଲ୍ମ ସହିତ ଟକ୍କର ଦେବ। ଏହି ଟକ୍କର ପୂର୍ବରୁ ଧନୁଷଙ୍କୁ ଏକ ଝଟକା ଲାଗିଛି।

 ଧନୁଷଙ୍କ ଫିଲ୍ମଟି ସେନ୍ସର ବୋର୍ଡ ଦ୍ୱାରା ପାସ୍ ହୋଇଯାଇଛି। କିନ୍ତୁ ଏହାକୁ ପାସ୍ କରିବା ପୂର୍ବରୁ CBFC ଫିଲ୍ମରେ ୧୯ ଟି କଟ୍ କରିଛି । ଏହା ଫିଲ୍ମର ରନଟାଇମ୍ ମଧ୍ୟ ପ୍ରଭାବିତ କରିଛି। ବର୍ତ୍ତମାନ ଏହି ଫିଲ୍ମଟି ଡ୍ୟୁରେସନ୍‌ ୧୪ ମିନିଟ୍ କମ୍‌ ହୋଇଯାଇଛି। ପୂର୍ବରୁ ଏହି ଫିଲ୍ମର ରନଟାଇମ୍ ୧୯୫ ମିନିଟ୍ ଅର୍ଥାତ୍ ୩ ଘଣ୍ଟା ୧୫ ମିନିଟ୍ ଥିଲା। ବର୍ତ୍ତମାନ ଏହି ଫିଲ୍ମର ରନଟାଇମ୍ ୧୮୧ ମିନିଟ୍ ବା ୩ ଘଣ୍ଟା ୧ ମିନିଟ୍ ହୋଇଯାଇଛି। 

'କୁବେର' ଏକ କ୍ରାଇମ୍-ଥ୍ରିଲର୍ ଫିଲ୍ମ । ଯେଉଁଥିରେ ଧନୁଷଙ୍କ ସହିତ ନାଗାର୍ଜୁନ ଏବଂ ରଶ୍ମିକା ମନ୍ଦାନର ମଧ୍ୟ ନଜର ଆସିବେ। ଶେଖର କମୁଲା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ସେନ୍ସର ବୋର୍ଡ ଏହି ଫିଲ୍ମକୁ U/A 13+ ସାର୍ଟିଫିକେଟ୍ ଦେଇଛି। ଏହାର ଅର୍ଥ ହେଉଛି ସମସ୍ତ ବୟସର ଲୋକମାନେ ଏହି ଫିଲ୍ମ ଦେଖିପାରିବେ । କିନ୍ତୁ ୧୩ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଫିଲ୍ମ ଦେଖିବା ପାଇଁ ପିତାମାତାଙ୍କ ଅନୁମତି ଆବଶ୍ୟକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.