ଭୁବନେଶ୍ବର, ୧୦।୪ : ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିବା  ସହ  ପଦନ୍ନୋତି  ଦେଇଛନ୍ତି।  ଧରମ ହାଁସଦାଙ୍କୁ   ଜଙ୍ଗଲ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି  ରୀନା ମହାପାତ୍ରଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଯୁଗ୍ମ ସଚିବ  ଓ  ନିୟତି ପଟ୍ଟନାୟକଙ୍କୁ ଏସଏସ ଆଣ୍ଡ ଇପିଡି ନିର୍ଦେଶକ ଦାୟିତ୍ବ ଦିଆଯାଇଛି। ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି  ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଦାୟିତ୍ବରେ ରହିବେ ଶ୍ରୀକାନ୍ତ ତରାଇ। ମାଧ୍ୟମିକ ଶିକ୍ଷା ପରିଷଦ  ସଭାପତିଙ୍କୁ ଏଣିକି ମିଳିବ ଯୁଗ୍ମ ସଚିବ ପାହ୍ୟା। ସେହିପରି   ପ୍ରତାପ ହୋତାଙ୍କୁ ସଂସଦୀୟ ବ୍ୟାପାର ଯୁଗ୍ମ ସଚିବ ଓ  ଗୀତାରାଣୀ ପଟ୍ଟନାୟକଙ୍କୁ ଗ୍ରାମ୍ୟ ଉନ୍ନୟନ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।