ନୂଆଦିଲ୍ଲୀ : ଗଙ୍ଗାରେ ବସର୍ଜନ ହେଲା ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କ ଚିତାଭସ୍ମ। ଏଥିପାଇଁ ଆଜି (ବୁଧବାର) ହରିଦ୍ବାରରେ ପୂରା ଦେଓଲ ପରିବାରକୁ ଦେଖିବାକୁ ମିଳିଥିଲା । ଦୁଇ ପୁଅ ସନି ଦେଓଲ, ବବି ଦେଓଲ ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ ଗଙ୍ଗା କୂଳରେ ଉପସ୍ଥିତ ଥିଲେ। ଧର୍ମେନ୍ଦ୍ରଙ୍କ ଚିତାଭସ୍ମକୁ ସନି ଦେଓଲଙ୍କ ପୁଅ କରଣ ବିସର୍ଜନ କରିଥିଲେ। ଏହା ପରେ, ସେମାନେ ହୋଟେଲକୁ ଯାଇଥିଲେ ଏବଂ ସେଠାରୁ ବିମାନବନ୍ଦରକୁ ବାହାରି ଯାଇଥିଲେ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମଙ୍ଗଳବାର ଦେଓଲ ପରିବାର ହରିଦ୍ୱାରରେ ପହଞ୍ଚିଥିଲେ। ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି,ଯେଉଁଥିରେ ସନ୍ନି ଦେଓଲ ଜଣେ ପତ୍ରକାରଙ୍କୁ ଗାଳି କରୁଛନ୍ତି ଏବଂ ତାଙ୍କ କ୍ୟାମେରା ଛଡାଇବା ପାଇଁ ଉଦ୍ୟମ କରୁଛନ୍ତି…
ତେବେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ୨୪ ନଭେମ୍ବରରେ ଦେହାନ୍ତ କରିଥିଲେ। ସେ ମୁମ୍ବାଇସ୍ଥିତ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଦେହାନ୍ତରେ ପରିବାର ସହ ପୂରା ବଲିଉଡ୍ ଶୋକ ପ୍ରକାଶ କରିଛି ।
କାହିଁକି ପତ୍ରକାରଙ୍କ ଉପରେ ବର୍ଷିଛନ୍ତି ?…
ଏହି ସମୟରେ, ସନ୍ନି ଦେଓଲଙ୍କ ଏହି ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ, ସେ ପତ୍ରକାରଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳୁଛି। ସେ ରାଗି ତାଙ୍କ ପାଖକୁ ଯାଉଛନ୍ତି। ସନି କହୁଛନ୍ତି, "ତୁମେ ତୁମର ଲଜ୍ଜା ବିକି ଦେଇଛ କି ? ତୁମେ ଟଙ୍କା ଚାହୁଁଛ…ତୁମେ କେତେ ଟଙ୍କା ଚାହୁଁଛ ?" ସନ୍ନି ପତ୍ରକାରଙ୍କ ଠାରୁ କ୍ରୋଧରେ କ୍ୟାମେରା ଛଡ଼ାଇ ନେଉଥିବା ମଧ୍ୟ ଦେଖାଯାଇଛି ।
#SunnyDeol's fiery message to the paparazzi😡 A powerful moment that shows where his priorities lie🙏
— Mr Prabh Deol (@Movie_flix1) December 3, 2025
Have you guys sold your shame?
" पैसे चाहिए तेरे को कितने पैसे चाहिए "
Sunny's anger is totally justified, Some time celebrities just need to be human 😞
Respect the family… pic.twitter.com/q9mUZmVDIP
ସୂଚନାଥାଉକି,ଯେ ସନ୍ନି ଦେଓଲ ପୂର୍ବରୁ ପତ୍ରକାରଙ୍କ ଉପରେ ବର୍ଷିଛନ୍ତି। ସେହି ସମୟରେ, ପତ୍ରକାର ମାନେ ସନ୍ନି ଦେଓଲଙ୍କ ଘର ବାହାରେ ବସିଥିଲେ, ଏବଂ ଧର୍ମେନ୍ଦ୍ର ଗୁରୁତର ଅସୁସ୍ଥ ଥିଲେ। ସନ୍ନି ସେମାନଙ୍କୁ କ୍ରୋଧିତ ହୋଇ କହିଥିଲେ, "ତୁମ ମାନଙ୍କୁ ଲଜ୍ଜା ଲାଗିବା ଉଚିତ। ତୁମର ଘରେ ପିତାମାତା ନାହାନ୍ତି କି ? ତୁମର ପିଲାମାନେ ଅଛନ୍ତି, ତୁମେ ମାନେ କଣ କେବଳ ଏହିପରି ଭିଡିଓ ଉଠାଉଛ…ଏହା ପରେ, ସାମ୍ବାଦିକ ମାନେ ତାଙ୍କ ଘର ବାହାରୁ ଦୂରେଇ ଗଲେ…