ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

'ଅପରେସନ ସିନ୍ଦୂର' ସମର୍ଥନରେ ତ୍ରିରଙ୍ଗା ଶୋଭାଯାତ୍ରା ସୈନ୍ୟଶକ୍ତିଙ୍କ ମନୋବଳକୁ ବଢାଇବ : ଧର୍ମେନ୍ଦ୍ର ପ୍ରଧାନ

Published By : Rasmita Pradhan | May 15, 2025 2:42 PM

ଭୁବନେଶ୍ୱର, ୧୫/୦୫ : ଆତଙ୍କବାଦ ବିରୋଧରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ଅପରେସନ ସିନ୍ଦୂରର ସଫଳତା ପରେ ତିନି ସେନାକୁ ଓଡ଼ିଶା ତରଫରୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଭାରତ ସରକାରଙ୍କ ଆତଙ୍କବାଦୀ ବିରୋଧୀ ଅଭିଯାନ ‘ଅପରେସନ ସିନ୍ଦୂର’ ଭାରତର ସୈନ୍ୟ ଶକ୍ତିର ଶୌର୍ଯ୍ୟ, ସାହସ ଏବଂ ପରାକ୍ରମର ବଡ଼ ପ୍ରମାଣ। 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ପାକିସ୍ତାନ ସୀମା ଭିତରେ ଆମର ବାୟୁସେନା ବାହିନୀମାନେ ପ୍ରବେଶ କରି ପ୍ରଥମେ ସେମାନଙ୍କ ୯ଟି ଠିକଣା ସ୍ଥାନକୁ ନଷ୍ଟ କଲେ। ଭାରତର ସନ୍ୟଶକ୍ତିର ପରାକ୍ରମ, ଭାରତୀୟ ସମାଜର ପ୍ରତିବଦ୍ଧତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟକ ନେତୃତ୍ୱର ପରାକାଷ୍ଠା ସାରା ବିଶ୍ୱ ଦେଖିଲା । ଦେଶରେ ସୈନିକଶକ୍ତିଙ୍କ ମନୋବଳକୁ ବଢାଇବା ତଥା ଅପରେସନ ସିନ୍ଦୂର ସମର୍ଥନରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରାଯାଇଛି। ଏହାକୁ ନେଇ ଓଡ଼ିଶା ସମେତ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। 

ଅପରପକ୍ଷରେ ଗୋପାଳପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଭାର୍ଗବାସ୍ତ୍ର ନୂଆ ଭାବରେ ନିର୍ମିତ ହୋଇଛି। ଭାର୍ଗବାସ୍ତ୍ର ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଆହୁରି ଆଧୁନିକ କରିବ। ଡିଆରଡିଓର ଏହି ସଫଳତା ପରେ ଓଡିଶା ଆଜି ଗର୍ବିତ । ଭାରତର ଭୂମିକା, ସେନାର ଭୂମିକାକୁ ନେଇ ଆମେ ଗୌରବାନ୍ୱିତ। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ପାକିସ୍ତାନର କ୍ଷେପଣାସ୍ତ୍ର ଭାରତ ଶକ୍ତି ଆଗରେ ଫିକା ପଡିଛି। ଏଭଳି ବିଷୟରେ ସମାଲୋଚନା କରିବା ପୂର୍ବରୁ ବିରୋଧୀ ପକ୍ଷ ଧୈର୍ଯ୍ୟର ସହ ଦାୟିତ୍ୱସମ୍ପନ୍ନ ବ୍ୟବହାର କରିବା ଦରକାର ବୋଲି ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.