ଭୁବନେଶ୍ବର, ୧୯।୧୦ : ଶିକ୍ଷା କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରତିନିଧି ମଣ୍ଡଳୀ ସହ ଅକ୍ଟୋବର ୨୦ରୁ ୨୬ ପର୍ଯ୍ୟନ୍ତ ୭ ଦିନିଆ ସିଙ୍ଗାପୁର ଓ ଅଷ୍ଟେ୍ରଲିଆ ଗସ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ଶିକ୍ଷା କ୍ଷେତ୍ରରେ ଉଭୟ ଦେଶର ସହଯୋଗ, ଭାଗିଦାରୀ ଏବଂ ସମନ୍ବୟକୁ ପ୍ରୋତ୍ସାହିତ କରିବ।

ସିଙ୍ଗାପୁର ଗସ୍ତ କାଳ‌ରେ ଶ୍ରୀ ପ୍ରଧାନ ପ୍ରବାସୀ ଭାରତୀୟକୁ ସମ୍ବୋଧିତ କରିବେ। ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ଓ୍ବଙ୍ଗ, ଉପପ୍ରଧାନମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗ, ଶିକ୍ଷା ମନ୍ତ୍ରୀ ଚାନ ଚୁନ୍ ସିଂ ଏବଂ ବୈଦଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ପ୍ରଧାନ ଏସିଆର ଏକ ନଂ ସ୍ଥାନରେ ଥିବା ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟି ପରିଦର୍ଶନ କରିବେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) କୁ ଦୃଷ୍ଟିରେ ରଖି ସିଲାବସ୍ ଏକତ୍ରିତ ସମ୍ପର୍କରେ ଆଲୋଚନା କରିବା ପାଇଁ  ସେ ଏକ ସ୍ଥାନୀୟ ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରିବେ।

 ଅଷ୍ଟେ୍ରଲିଆ ଗସ୍ତ ସମୟରେ ଶ୍ରୀ ପ୍ରଧାନ ମେଲବର୍ଣ୍ଣରେ ଅଷ୍ଟେ୍ରଲିଆାର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାରଙ୍କୁ ଭେଟିବେ। ଅଷ୍ଟେ୍ରଲିଆା ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀରେ ଯୋଗ ଦେବେ। ସେହିପରି ଶ୍ରୀ ପ୍ରଧାନ ଭିକ୍ଟୋରିଆାର ପ୍ରଧାନମନ୍ତ୍ରୀ ଜାକିଣ୍ଟା ଆଲାନଙ୍କୁ ଭେଟିବେ।