ମୁମ୍ବାଇ,୧୧/୦୨: ବକ୍ସ ଅଫିସରେ ଧୁମ୍ ମଚାଇଥିବା 'ଧୁରନ୍ଧର' ସିନେମାର ଦ୍ବିତୀୟ ଭାଗ ଅର୍ଥାତ୍ "ଧୁରନ୍ଧର ୨" ର ରିଲିଜକୁ କେବଳ ଦେଶ ନୁହେଁ ବରଂ ବିଶ୍ୱବ୍ୟାପୀ ଉତ୍ସାହର ସହିତ ଅପେକ୍ଷା କରାଯାଇଛି। ଏହାର କାହାଣୀ ବିଷୟରେ ପ୍ରଶଂସକଙ୍କ ମତବାଦ ପ୍ରତିଦିନ ଅନଲାଇନରେ ପ୍ରକାଶ ପାଉଛି। କିନ୍ତୁ ବର୍ତ୍ତମାନ, ତମାମ ଆଲୋଚନା ଭିତରେ "ଧୁରନ୍ଧର ୨" ର ସମ୍ପୂର୍ଣ୍ଣ କାହାଣୀକୁ ପ୍ରକାଶ ପାଇଛି ବୋଲି ଚର୍ଚ୍ଚା ହେଉଛି।
ସିନ୍ ଏବଂ ଡାଏଲଗର ଏକ ସ୍କ୍ରିପ୍ଟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିରେ ରେହମାନ ଡକୈତଙ୍କ ଭାଇ ଉଜୈର ବାଲୋଚ୍ ଙ୍କ ଛଅଟି ସଂଳାପ ଏବଂ ପ୍ରତ୍ୟେକ ଦୃଶ୍ୟର ବିବରଣୀ ରହିଛି। ଲିକ୍ ହୋଇଥିବା ସ୍କ୍ରିପ୍ଟର ପ୍ରଥମ ଦୃଶ୍ୟରେ ରେହମାନ ଡକୈତଙ୍କୁ ହତ୍ୟା କରିବା ପରେ ଉଜୈର ଏସପି ଅସଲମ୍ ଚୌଧୁରୀଙ୍କ ଉପରେ କ୍ରୋଧିତ ହେଉଥିବା ଦର୍ଶାଯାଇଛି। ସେ ଏସପିଙ୍କ ମୁଣ୍ଡ କାଟିବାକୁ ଚାହୁଁଛନ୍ତି। ତା'ପରେ, ଏକ ଦୃଶ୍ୟରେ ସେ ଅରସଦ ପପୁଙ୍କ ଭାଇ ୟାସିରଙ୍କୁ ମାଡ଼ ମାରୁଥିବା ଦର୍ଶାଯାଇଛି। ତୃତୀୟ ଦୃଶ୍ୟରେ ଉଜୈର ବାଲୋଚ୍ ୟାସିରଙ୍କ ମୁଣ୍ଡ କାଟି ଦେଉଥିବା ଦର୍ଶାଯାଇଛି। "ଧୁରନ୍ଧର" ର ଏଣ୍ଢ କ୍ରେଡିଟ୍ରେ, ଉଜୈରଙ୍କ କଟାମୁଣ୍ଡକୁ କିକ୍ ମାରିବା ଦେଖାଯାଇଥିଲା। ଏହି ସ୍କ୍ରିପ୍ଟ ଅନୁସାରେ, ଗୋଟିଏ ଦୃଶ୍ୟରେ, ଉଜୈର କହୁଛନ୍ତି,
"ଆଜ୍ କେ ବାଦ ଲ୍ୟାରୀ ମେ ପଠାନ୍ ଗ୍ୟାଙ୍ଗ୍ କା ନାମ-ଓ-ନିଶାନ ଖତମ୍."
ଅଧିକ ପଢ଼ନ୍ତୁ: ମନ ମୋହିବ ଡ୍ରାମା, କ୍ରାଇମ୍ ଓ ହତ୍ୟା ରହସ୍ୟ; ଓଟିଟିରେ ରିଲିଜ୍ ହେବାକୁ ଯାଉଛି ଏକାଧିକ ନୂଆ ସିରିଜ୍
ଷଷ୍ଠ ଦୃଶ୍ୟରେ, ହମଜା ଉଜୈରଙ୍କୁ ବିମାନବନ୍ଦରରେ ଛାଡ଼ିଦିଏ। ସମସ୍ତ ସଂଳାପ ସହିତ ଏକ ସମୟସୀମା ମଧ୍ୟ ଲେଖାଯାଇଛି। ଏହି ଦୃଶ୍ୟଗୁଡ଼ିକ ଇଣ୍ଟରଭାଲ ପରର ଦୃଶ୍ୟ। ଏହି ଲିକ୍ ଡକ୍ୟୁମେଣ୍ଟ ପଛର ସତ୍ୟତା କେବଳ ମାର୍ଚ୍ଚ ୧୯ ତାରିଖରେ ଜଣାପଡ଼ିବ।
ମାର୍ଚ୍ଚ ୫ ତାରିଖରେ ମୁକ୍ତିଲାଭ କରିବ 'ଧୁରନ୍ଧର ୨'ର ଟ୍ରେଲର !
"ଧୁରନ୍ଧର ୨"ର ଟ୍ରେଲର ହୋଲି ପରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି। ବଲିଉଡ୍ ହଙ୍ଗାମା ଅନୁଯାୟୀ, ନିର୍ମାତାମାନେ ମାର୍ଚ୍ଚ ୫ ତାରିଖରେ ଟ୍ରେଲର ରିଲିଜ୍ କରିବେ। ଲଞ୍ଚ ଇଭେଣ୍ଟ ମୁମ୍ବାଇର ନୀତା ମୁକେଶ ଅମ୍ବାନୀ କଲଚୁରାଲ ସେଣ୍ଟରରେ ଅନୁଷ୍ଠିତ ହେବ। ଫିଲ୍ମ ପାଇଁ ଏକ ଶକ୍ତିଶାଳୀ ଗୀତ ରଚନା କରାଯାଇଛି, ଯାହା ଫେବୃଆରୀରେ ରିଲିଜ୍ ହେବ। ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଜନ୍ମଦିନ ମାର୍ଚ୍ଚ ୧୨ ତାରିଖରେ, ଅର୍ଥାତ୍ ଫିଲ୍ମ ରିଲିଜ୍ ହେବାର ଗୋଟିଏ ସପ୍ତାହ ପୂର୍ବରୁ ପଡ଼ୁଛି। ସମ୍ଭବତଃ ସେହି ଦିନ ଫିଲ୍ମର କିଛି ଗୁରୁତ୍ୱପୂର୍ଣ୍ଣ ଭିଡିଓ ମଧ୍ୟ ରିଲିଜ୍ ହୋଇପାରେ।
ରଣବୀର ସିଂହଙ୍କୁ ଧମକ, କୋଟି କୋଟି ଟଙ୍କା ଦାବି:
ତମାମ ଘଟଣାବଳୀ ଭିତରେ ରଣବୀର ସିଂହଙ୍କ ହ୍ୱାଟସଆପରେ ଏକ ଧମକପୂର୍ଣ୍ଣ ଅଡିଓ ମେସେଜ୍ ମିଳିଛି। ଏହି ଭଏସ୍ ନୋଟରେ କୋଟି କୋଟି ଟଙ୍କା ଦେବାକୁ ଦାବି କରାଯାଇଛି। ରଣବୀର ଏପର୍ଯ୍ୟନ୍ତ ଏହି ମାମଲାରେ ଏଫଆଇଆର ଦାଖଲ କରିନାହାଁନ୍ତି, କିନ୍ତୁ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ପୋଲିସ ଏହାକୁ ଜାନୁଆରୀ ୩୧ ତାରିଖରେ ରୋହିତ ଶେଟ୍ଟୀଙ୍କ ଘରେ ହୋଇଥିବା ଗୁଳିକାଣ୍ଡ ଘଟଣା ସହିତ ମଧ୍ୟ ଯୋଡୁଛି।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ବଲିଉଡ୍ ଅଭିନେତା ରଣବୀର ସିଂହଙ୍କୁ ଧମକପୂର୍ଣ୍ଣ ମେସେଜ୍ , କୋଟି କୋଟି ଟଙ୍କାର ଅର୍ଥ ଦାବି