ମୁମ୍ୱାଇ : ଏହି ସମୟରେ ମୁମ୍ୱାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୋହିତ ଶେଟ୍ଟୀଙ୍କ ଘର ଉପରେ ଫାୟାରିଂ ପରେ ଏବେ ବଲିଉଡ୍ ଅଭିନେତା ରଣବୀର ସିଂହଙ୍କୁ ମୁକ୍ତିଧନର ଦାବି କରାଯାଇଛି। କୁହାଯାଉଛି ଯେ, ରଣବୀର ସିଂହଙ୍କ ହ୍ୱାଟ୍ସଆପରେ ଏକ ଭଏସ୍ ନୋଟ୍ ଆସି ଥିଲା, ଯେଉଁଥିରେ ତାଙ୍କ ଠାରୁ କୋଟି କୋଟି ଟଙ୍କା ଦାବି କରାଯାଇଛି।

ଅନ୍ୟପଟେ ଧମକପୂର୍ଣ୍ଣ ମେସେଜ ଆସିବା କ୍ଷଣି ରଣବୀର ସିଂହ ମୁମ୍ୱାଇ ପୁଲିସକୁ ସୂଚନା ଦେଇଥିଲେ। ଧମକପୂର୍ଣ୍ଣ ମେସେଜର ସୂଚନା ପାଇବା କ୍ଷଣି ପୁଲିସ ମାମଲାର ଯାଞ୍ଚ ଦ୍ରୁତ କରି ଦେଇଛି ଏବଂ ଅଭିନେତାଙ୍କ ଘର ବାହାରେ ସୁରକ୍ଷା ବଢାଇ ଦେଇଛି। ବର୍ତ୍ତମାନ ପୁଲିସ ଏହା ଜାଣିବାରେ ଲାଗିଛି ଯେ, ଧମକପୂର୍ଣ୍ଣ ମେସେଜ୍ କିଏ ପଠାଇଛି।

ପଡୋଶୀରେ ରହୁଥିବା ଯୁବକ ଜଣଙ୍କ ଭେଟିବାକୁ ଖୁବ୍‌ ଇଚ୍ଛା କରୁଥିଲେ, ଅମିତାଭ ବଚ୍ଚନ ତାଙ୍କୁ ଘରକୁ ନିମନ୍ତ୍ରଣ କଲେ ...

ଉଲ୍ଲେଖନୀୟ ଯେ, ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ନିବାସ ବାହାରେ ନିକଟରେ ହୋଇଥିବା ଫାୟାରିଂର ଘଟଣା ବଲିଉଡ୍‌ର କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପାଇଁ ସୁରକ୍ଷା ବିପଦର ସାମ୍ନା କରିବାର ପ୍ରଥମ ମାମଲା ନୁହେଁ। ରବିବାର ସକାଳେ ମୁମ୍ୱାଇର ଜୁହୁ ଅଞ୍ଚଳରେ ଥିବା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଫାୟାରିଂ ହୋଇ ଥିଲା, ଏଥିରେ ଲରେନ୍ସ ବିଶ୍ନୋଇ ନିଜକୁ ଦାୟି କରିଛି। ପୁନେ ପୁଲିସ ଏହି ମାମଲାରେ ପାଞ୍ଚ ଜଣ ଲୋକଙ୍କୁ ହେପାଜତକୁ ନେଇଛି।

ପ୍ରାରମ୍ଭିକ ତଦନ୍ତ ପରେ ପୁଲିସ ସ୍ପଷ୍ଟ କରିଛି ଯେ, ହେପାଜତକୁ ନିଆ ଯାଇ ଥିବା ଲୋକ କଥିତ ଭାବେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡ଼ିତ। ପୁଲିସ ଅନୁସାରେ , ଆକ୍ରମଣକାରୀ ମୁମ୍ୱାଇର ଜୁହୁ ଅଞ୍ଚଳରେ ଥିବା ୯ମହଲା କୋଠାର ପ୍ରଥମ ମହଲାରେ ରାତି ପାଖାପାଖି ୧୨ଟା ୪୫ରେ ଫାୟାରିଂ କରି ଥିଲା। ଅତି କମ୍‌ରେ ପାଞ୍ଚଟି ଗୁଳି ଚଳାଇ ଥିଲା, ଯେଉଁଥିରୁ ଗୋଟିଏ ଗୁଳି ବିଲ୍ଡିଂ ଭିତରେ ଥିବା ଜିମ୍‌ର କାଚର ସମ୍ମୁଖ ଭାଗରେ ବାଜି ଥିଲା।

ଘଟଣାରେ ସଂପୃକ୍ତ ଗ୍ୟାଙ୍ଗ୍ ନିଜକୁ ସୋସିଆଲ ମିଡ଼ିଆରେ ପୋଷ୍ଟ ମାଧ୍ୟମରେ ଆକ୍ରମଣର ଦାୟୀ କରାଇ ଥିଲା। ଏହାପରେ , ଅଭିଯୋର ମୁତାବିକ ଅର୍ଜୁ ବିଶ୍ନୋଇ ନାମକ ଜଣେ ଗ୍ୟାଙ୍ଗଷ୍ଟର ଏକ ଅଡ଼ିଓ ବାର୍ତ୍ତା ଜାରି କରିଥିଲା ,ଯେଉଁଥିରେ ସେ ଗୁଳିକାଣ୍ଡର ଦାୟିତ୍ୱ ନେଇଥିଲା।