ମୁମ୍ୱାଇ, ୨୪।୩: ବନ୍ଦ ହେଲା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା । ଏହି ମାମଲାରେ ରିଆ ଚକ୍ରବର୍ତ୍ତୀଙ୍କୁ କ୍ଲିନ୍ ଚିଟ୍ ଦେଲା ସିବିଆଇ । ସିବିଆଇର ନିଷ୍ପତ୍ତି ଉପରେ ଅଭିନେତ୍ରୀ ଦିଆ ମିର୍ଜା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରିଆ ଚକ୍ରବର୍ତ୍ତୀ ତାଙ୍କ ପରିବାରକୁ କେବଳ ଟିଆରପି ପାଇଁ ତୁମେ ତାଙ୍କୁ ମାନସିକ ଭାବରେ ହଇରାଣ କଲ । ଏବେ କ୍ଷମା ମାଗ ।

ଗତ ୫ ବର୍ଷ ଧରି ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତ କରିବା ପରେ, ସିବିଆଇ ଏବେ ରିଆ ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌୱିକ୍ ଚକ୍ରବର୍ତ୍ତୀ ଏବଂ ପରିବାରକୁ ସମ୍ପୂର୍ଣ୍ଣ କ୍ଲିନ୍ ଚିଟ୍ ଦେଇଛି । ତଦନ୍ତକାରୀ ସଂସ୍ଥା କହିଛି ଯେ ୨୦୨୦ ମସିହାରେ ୩୪ ବର୍ଷ ବୟସରେ ସୁଶାନ୍ତଙ୍କ ମୃତ୍ୟୁରେ କୌଣସି ଷଡ଼ଯନ୍ତ୍ର କିମ୍ବା ଅପରାଧର ପ୍ରମାଣ ମିଳିନାହିଁ । ବର୍ଷ ବର୍ଷ ଧରି ତଦନ୍ତ ଏବଂ କଠୋର ପଚରାଉଚରା ପରେ, ମାମଲାଟି ଏବେ ବନ୍ଦ ହୋଇଯାଇଛି ।

ନିକଟରେ ଅଭିନେତ୍ରୀ ଦିୟା ମିର୍ଜା ସିବିଆଇର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଗଣମାଧ୍ୟମ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ କ୍ଷମା ମାଗିବା ଉଚିତ୍ । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, 'ରିୟା ଏବଂ ତାଙ୍କ ପରିବାରକୁ କ୍ଷମା ମାଗିବା ପାଇଁ ଗଣମାଧ୍ୟମର ସାହସ ଅଛି କି ? କେବଳ ଟିଆରପି ପାଇଁ ତୁମେ ତାଙ୍କୁ ମାନସିକ ଭାବରେ ହଇରାଣ କଲ । ଅତି କମରେ ଏବେ କ୍ଷମା ମାଗ । ତାଙ୍କର ପ୍ରତିକ୍ରିୟା ଭାଇରାଲ ହେବାରେ ଲାଗିଛି ।

କହିରଖୁ କି, ପୂର୍ବରୁ ରିଆ ଏବଂ ତାଙ୍କ ପରିବାରକୁ ଏହି ମାମଲାରେ ଅନେକ ଅଭିଯୋଗର ସମ୍ମୁଖୀନ ହେବାକୁ ପଡିଥିଲା । ସେପ୍ଟେମ୍ବର ୨୦୨୦ରେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାରେ ରିଆ ଏବଂ ସୋବିକ୍ଙ୍କୁ ଗିରଫ କରିଥିଲା । ଏହି ମାମଲା ସୁଶାନ୍ତଙ୍କ ମୃତ୍ୟୁ ସହିତ ଜଡ଼ିତ ବୋଲି କୁହାଯାଉଥିଲା । ଏହି ସମୟରେ, ରିଆ ଏବଂ ତାଙ୍କ ପରିବାରକୁ ନେଇ ଗଣମାଧ୍ୟମରେ ବହୁତ ବିବାଦ ହୋଇଥିଲା । ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ, ସିବିଆଇ ଏବେ ସ୍ପଷ୍ଟ କରିଛି ଯେ ତାଙ୍କ ବିରୋଧରେ କୌଣସି ଅପରାଧ ପ୍ରମାଣିତ ହୋଇନାହିଁ ।