ପ୍ରମୂଖ ଖବର
  • ରାଜ୍ୟରେ ଡାଇରିଆ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସାମିଲ ରହିବେ ବରିଷ୍ଠ ଅଧିକାରୀ
  • ||
  • କଟକ : ହନୁମାନ ମନ୍ଦିରର ତାଲା ଭାଙ୍ଗି ଲୁଟ୍‌, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ବାଲେଶ୍ୱର : ଘରୁ ମିଳିଲା ଯୁବକଙ୍କ ମୃତଦେହ, ପ୍ରେମିକ ସହ ମିଶି ସ୍ତ୍ରୀ ହତ୍ୟା କରିଥିବା ସନ୍ଦେହ
  • ||
  • 'ଯୋଗରୁ ଶାନ୍ତି ଓ ଦିଗ ମିଳେ, ଚିନ୍ତାଗ୍ରସ୍ତ ଦୁନିଆ ପାଇଁ ପଜ୍ ବଟନ୍‌': ପ୍ରଧାନମନ୍ତ୍ରୀ
  • ||
  • ବାଲେଶ୍ୱରରେ ବନ୍ୟା ସ୍ଥିତି ଆଣିଲା ସୁବର୍ଣ୍ଣରେଖା, ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଛତ୍ରପୁରରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ; ଯୋଗ ଦେଲେ ମନ୍ତ୍ରୀ,ବିଧାୟକ
  • ||
  • କଳାହାଣ୍ଡି : ମ.ରାମପୁର ଉପ ଡାକଘରୁ ଚୋରି, ତଦନ୍ତ କରୁଛି ପୁଲିସ
  • ||
  • ଅପରେସନ୍‌ ସିନ୍ଧୁ ; ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ସୁରକ୍ଷିତ ଫେରିଲେ ୨୯୦ ଭାରତୀୟ
  • ||
  • ଯୋଗ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କହିଲେ- 'ଏକାଗ୍ରତା ଓ ସ୍ଥିରତା ଆଣେ ଯୋଗ'
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ; ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ
  • ||
  • ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ , ଆସନ୍ତା ୩ ଦିନ କାଁ ଭାଁ ବର୍ଷା
  • ||

ଘାରୁଛି ଡାଇରିଆ ସଂକ୍ରମଣ ଚିନ୍ତା, ଡ୍ରେନ୍‌ରେ ଭାସୁଛି ପାଣି ପାଇପ

Published By : Harapriya Sethi | June 21, 2025 2:26 PM

ସମ୍ୱଲପୁର, ୨୧/୦୬ : ବର୍ତ୍ତମାନ ରାଜ୍ୟରେ ଡାଇରିଆ ନେଇ ଲୋକେ ଭୟଭୀତ ରହିଛନ୍ତି । ସମ୍ବଲପୁରେ ମଧ୍ୟ ଏହାର ହାଲୁକା ପଦଧ୍ୱନି ଶୁଣାଗଲାଣି । ସ୍ୱାସ୍ଥ୍ୟ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ଗ୍ରହଣ ହୋଇଛି । ତେବେ ଆଶ୍ଚର୍ଯ୍ୟର କଥା ସଂକ୍ରମଣ ବୃଦ୍ଧିର ଅଧିକ ସମ୍ଭାବନା ଥିବା ଡ୍ରେନ୍‌ ଉପରେ ଥିବା ପାଇପ୍‌ ଲାଇନ୍‌ ପ୍ରତି ଦୃଷ୍ଟି ଦିଆଯାଉନି । ଗତ ୨୦୧୪ ମସିହାରେ ଏହି କାରଣରୁ ସହରରେ ଜଣ୍ଡିସ୍‌ ଉଗ୍ରରୂପ ଧାରଣ କରିଥିଲା । ଡ୍ରେନ୍‌ରୁ ପାଇପ୍‌ ଲାଇନ୍‌ ହଟାଇବା ପାଇଁ ପ୍ରଶାସନିକ ସ୍ତରରେ ଅନେକ ଥର ନିଷ୍ପତ୍ତି ହେଉଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନି । ୱାଟ୍‌କୋ ବିଭାଗ ବର୍ତ୍ତମାନ ସୁଦ୍ଧା ନିରବ ରହିଛି । ଡ୍ରେନ୍‌ ଦେଇ ଯାଇଥିବା ଏହି ମାଳ ମାଳ ପାଣି ପାଇପ୍‌ ବର୍ତ୍ତମାନ ପୁଣି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।  ସମ୍ବଲପୁର ସହରରେ ଥିବା ଅଧିକାଂଶ ଡ୍ରେନ୍‌ ଦେଇ ପାଣି ପାଇପ୍‌ ଯାଇଛି । 

ଅନେକ ସ୍ଥାନରେ ପାଣି ପାଇପ୍‌ ଫାଟିଥିବାରୁ ପାଇପ୍‌ ଯୋଗେ ଡ୍ରେନ୍‌ ପାଣି ଲୋକଙ୍କ ଘରକୁ ପହଞ୍ଚୁଛି । ଅନେକ ସମୟରେ ଲୋକେ ମଧ୍ୟ ଏହାକୁ ନେଇ ଅଭିଯୋଗ କରୁଛନ୍ତି । ଉପରୋକ୍ତ ସମସ୍ୟା ନେଇ ବିଭିନ୍ନ ସମୟରେ ପ୍ରଶାସନିକ ବୈଠକରେ ଆଲୋଚନା ମଧ୍ୟ ହେଉଛି । ଡ୍ରେନ୍‌ରୁ ପାଇପ୍‌ ଲାଇନ୍‌ ହଟାଇବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଉଛି । ଏହାପରେ ମଧ୍ୟ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ବୁଦ୍ଧିଜିବୀ ଅଭିଯୋଗ କରୁଛନ୍ତି । ସମ୍ବଲପୁର ମହାନଗର ନିଗମ ପ୍ରବର୍ତ୍ତନ ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ସୂଚନା ଅନୁଯାୟୀ ବିଭିନ୍ନ ଡ୍ରେନ୍‌ ଦେଇ ହୋଟେଲ ତଥା ଅନ୍ୟାନ୍ୟ ବ୍ୟବସାୟିକ ଅନୁଷ୍ଠାନକୁ ଯାଇଥିବା ପାଣି ପାଇପ୍‌କୁ ବାହାର୍‌ କରାଯାଉଛି । ଅନ୍ୟ ଡ୍ରେନ୍‌ରେ ଥିବା ପାଇପ୍‌ ଲାଇନ୍‌କୁ କାଢ଼ିବା କାର୍ଯ୍ୟ ୱାଟ୍‌କୋର ଅଟେ ବୋଲି ପ୍ରକାଶ କରିଛନ୍ତି । ସମସ୍ୟା ନେଇ ୱାଟେ୍‌କୋ ଅଧିକାରୀ ବ୍ରହ୍ମେଶ୍ୱର ଦାସଙ୍କୁ ଯୋଗ ଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ମିଳିନଥିଲେ ।  ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଠେଲା ଓ ହୋଟେଲ୍‌ ଗୁଡିକୁ ଯାଞ୍ଚ କରାଯାଉଛି । ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ମହାନଗର ନିଗମ ଏନ୍‌ଫୋର୍ସମେଣ୍ଟ ଦଳ ସହ ଯାଞ୍ଚ କରାଯାଇଛି । ଯାଞ୍ଚ ବେଳେ ୬୦ କେଜି ଅଖାଦ୍ୟ, ୩୦ କେଜି ବିଭିନ୍ନ ପ୍ରକାର ରଙ୍ଗକୁ ନଷ୍ଟ କରାଯାଇଛି । ବ୍ୟବସାୟୀଙ୍କ ଠାରୁ ୧୨ ହଜାର ୫୦୦ ଟଙ୍କା ଫାଇନ୍‌ ଆଦାୟ ହୋଇଛି । ସହରରେ ଦୁଇଟି ପାଣି ବୋଟଲିଂ ପ୍ଲାଣ୍ଟ ରହିଛି । ସେଥିରୁ ଗୋଟିଏ ରାଜ୍ୟ ସରକାର ଓ ଅନ୍ୟଟି କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ପାଇଛି । ରାଜ୍ୟ ସରକାରଙ୍କ ଠାରୁ ଅନୁମତି ପାଇଥିବା ପ୍ଲାଣ୍ଟରୁ ପାଣିର ନମୂନା ସଂଗ୍ରହ ହୋଇଛି । 

ସେହିପରି ଆଗାମୀ ଦିନରେ ସହରରେ ଥିବା ଦୁଇଟି ବରଫ କାରଖାନାକୁ ଯାଞ୍ଚ କରାଯାଇ ପାଣି ନମୂନା ସଂଗ୍ରହ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ସିଡିଏମ୍‌ଓ ଦାୟିତ୍ୱରେ ଥିବା ଡା. ଅଶୋକ ଦାଶଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ତଥାପି ବିଭାଗ ପକ୍ଷରୁ ସଂକ୍ରମଣ ଯେଭଳି ବ୍ୟାପିବ ନାହିଁ ଏନେଇ ସମସ୍ତ ପଦକ୍ଷେପ ଗ୍ରହଣ ହୋଇଛି । ଲୋକେ ମୁଖ୍ୟତଃ ରାସ୍ତା କଡ଼ରେ ବିକ୍ରି ହେଉଥିବା ଖାଦ୍ୟ ଖାଇ ଝାଡ଼ା ବାନ୍ତି ଭଳି ରୋଗରେ ପଡ଼ୁଛନ୍ତି । ଗତ ଏପ୍ରିଲ୍‌ ମାସରୁ ବର୍ତ୍ତମାନ ସୁଦ୍ଧା ଡାଇରିଆ ୱାର୍ଡରେ ୨୨୦ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି । ବର୍ତ୍ତମାନ ୧୧ ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି । ଗତ ୫ ଦିନ ତଳୁ ଜିଲ୍ଲାରେ ଷ୍ଟପ୍‌ ଡାଇରିଆ କ୍ୟାମ୍ପେନ୍‌ ଆରମ୍ଭ ହୋଇଛି । ଏହା ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କ୍ୟାମ୍ପେନ୍‌ରେ ଆଶାକର୍ମୀ ଘରକୁ ଘର ବୁଲି ସର୍ଭେ ସହ ଜିଙ୍କ ବଟିକା ଓ ଓଆର୍‌ଏସ୍‌ ବିତରଣ କରୁଛନ୍ତି । ସେହିପରି ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର କର୍ଣ୍ଣର୍‌ ନିର୍ମାଣ ହୋଇଛି । ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଆସୁଥିବା ରୋଗୀଙ୍କୁ ଔଷଧ ପ୍ରଦାନ ସହ ଜିଙ୍କ ବଟିକା ଓ ଓଆର୍‌ଏସ୍‌ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ସହରର କୌଣସି ସ୍ଥାନରୁ ଗୋଷ୍ଠୀ ସଂକ୍ରମଣ ସମସ୍ୟା ସୃଷ୍ଟି ହୋଇନି । ଯଦି କୌଣସି ସ୍ଥାନରେ ଏଭଳି ସମସ୍ୟା ସୃଷ୍ଟି ହୁଏ ତେବେ ପ୍ରସ୍ତୁତ ହୋଇ ରହିଥିବା ରାପିଡ୍‌ ରେସ୍‌ପନ୍ସ ଟିମ୍‌(ଆର୍‌ଆର୍‌ଟି) ସେଠାରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.