ପୁରୀ ୨୬/୦୫: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ମିଟିଂ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଦୀଘା ମନ୍ଦିରକୁ ନେଇ ବଡ଼ ସୂଚନା ଦେଇଛନ୍ତି । ଦୀଘା ଜଗନ୍ନାଥ ମନ୍ଦିରକୁ କୌଣସି ପରିସ୍ଥିତିରେ 'ଧାମ' କୁହାଯାଇ ପାରିବ ନାହିଁ । ଦେଶରେ ଅନେକ ଜଗନ୍ନାଥ ମନ୍ଦିର ରହିଛି, କୌଣସି ସ୍ଥାନରେ ଏପରି ନାମକରଣ ହୋଇନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମାମତା ବାନାର୍ଜୀଙ୍କୁ ଚିଠି ଲେଖି ସାରିଛନ୍ତି । କିପରି ଦୀଘାରୁ 'ଜଗନ୍ନାଥ ଧାମ' ନାମଫଳକ ହଟିବ ସେନେଇ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଗଜପତି ମହାରାଜା କହିଛନ୍ତି । କାରଣ ଏହି ମନ୍ଦିର ପଶ୍ଚିମବଙ୍ଗ ସରକାର ନିର୍ମାଣ କରିଛନ୍ତି । ପଶ୍ଚିମବଙ୍ଗ ସରକାର ନିଜେ ଟ୍ରଷ୍ଟ ଗଠନ କରିଛନ୍ତି । କୌଣସି ଘରୋଇ ସଂସ୍ଥା ଏହି କାର୍ଯ୍ୟ କରିନାହାନ୍ତି । ତେଣୁ ଦୀଘାରୁ 'ଜଗନ୍ନାଥ ଧାମ' ନାମଫଳକ ହଟିବା ଅବଶ୍ୟକ ବୋଲି ଗଜପତି ମହାରାଜା କହିଛନ୍ତି ।