ଚନ୍ଦାହାଣ୍ଡି ,୧୯।୧୨ -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ସଦର   ସ୍ଥିତ ବ୍ୟାଙ୍କ ଅଫ ବରୋଦାର ଶାଖା ପ୍ରବନ୍ଧକ ଯୋଗେଶ ଦୁର୍ଯ୍ୟୋଧନ ବଗାରଙ୍କ ତତ୍ତ୍ବାବଧାନରେ  ଚନ୍ଦାହାଣ୍ଡି ନୂତନ ବସଷ୍ଟାଣ୍ଡ ଠାରେ  ଡିଜିଟାଲ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଆଞ୍ଚଳିକ ଡିଜିଟାଲ ମ୍ୟାନେଜର ଉଜ୍ବଳ ସାହୁ, ସମ୍ମାନୀତ ଅତିଥି ଭାବରେ   ଚନ୍ଦାହାଣ୍ଡି ମିଶନ ଶକ୍ତି    ବ୍ଲକ ସଂଯୋଜକ ବନମାଳୀ ଖୋସଲା,  ସମ୍ବଲପୁର ଆଞ୍ଚଳିକ ଶାଖା ର ମାର୍କେଟିଙ୍ଗ ମ୍ୟାନେଜର  ଭୂଷଣ ଖେସ ପ୍ରମୁଖ ଯୋଗ ଦେଇଥିଲେ l 

ବୈଠକରେ ଡିଜିଟାଲରେ କିପରି   ଠକାମିରୁ ରକ୍ଷା ପାଇ ପାରିବେ।  ସେ ବାବଦରେ ଗ୍ରାହକଙ୍କୁ ସଚେତନତା ନେଇ ଆଲୋଚନା କରାଯାଇଥିଲା l ଡିଜିଟାଲ କରେନ୍ସି,  ୟୁପିଆଇ ବ୍ୟବହାର କରୁଥିଲେ   ସବୁ ସମୟରେ ସାବଧାନ ରହିବା ଉଚିତ l ଏହା ମାଧ୍ୟମରେ ଅଧିକା ଲୋକେ ଠକେଇର ଶିକାର ହେଉଛନ୍ତି l   ଗୁଗୁଲ ପେ,  ଏବଂ ଅନ୍ୟ ସବୁ ଆପ ରେ ଫୋନ ପେ ବ୍ୟବହାର ନ କରି  ବ୍ୟାଙ୍କ ଆକାଉଣ୍ଟରେ ସଂଯୁକ୍ତ ଫୋନ ପେ ବ୍ୟବହାର କରିବାକୁ ବୈଠକରେ ସଚେତନତା କରା ଯାଇଥିଲା l କୌଣସି ଅଜଣା ନମ୍ବରରେ କଲ କରିକି ନିଜର ଆକାଉଣ୍ଟ କିମ୍ବା  ଓଟିପି ନ ଦେବା ପାଇଁ ଅନୁରୋଧ କରାଯାଇ ଥିଲା l ଏହା ଦ୍ୱାରା ଠକାମୀର ଶିକାର ହେବାର ସମ୍ଭାବନା ରହିଛି ବୋଲି ବୈଠକରେ ଆଲୋଚନା ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ମ୍ୟାନେଜର ମନୋରଞ୍ଜନ ମେହେର, ସବ୍ୟସାଚୀ ମୁଣ୍ଡ, କୋଷାଧ୍ୟକ୍ଷ ରାଜେଶ ସାହୁ,ପିଅନ ରୁକ୍ମଣ ହାତୀ ଏବଂ କିସ୍କୋ ବ୍ୟାଙ୍କ ପରିଚାଳକମାନେ ଉପସ୍ଥିତ ରହିଥିଲେ l