ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅନୁପ ସହରରେ ଏକ ଦମ୍ପତି ଅନଲାଇନରେ ଡାକ୍ତର ଖୋଜିବା ସମୟରେ ପ୍ରାୟ ୧୮ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଦମ୍ପତି ଗୁଗୁଲରେ ଡାକ୍ତରଙ୍କ ନମ୍ବର ଖୋଜିଥିଲେ। ଯେତେବେଳେ ସେମାନେ ନମ୍ବର ଡାଏଲ୍ କରିଥିଲେ, ଠକ ମାନେ ସେମାନଙ୍କୁ "ଡକ୍ଟର ଆପଏଣ୍ଟମେଣ୍ଟ" ନାମକ ଏକ ଆପ୍ ଡାଉନଲୋଡ୍ କରିବାକୁ କହିଥିଲେ। ଆପ୍ ଡାଉନଲୋଡ୍ କରିବା ପରେ, ଠକ ମାନେ ସେମାନଙ୍କ ଡିଭାଇସ ଗୁଡ଼ିକୁ ଆକ୍ସେସ୍ ପାଇଲେ ଏବଂ ସେମାନଙ୍କ ଆକାଉଣ୍ଟରୁ ଅନେକ ଟ୍ରାନ୍ଜାକସନ କରିଥିଲେ।
ଡିଜିଟାଲ ଯୁଗରେ, ବର୍ତ୍ତମାନ ଅନେକ ଆପ୍ ମାଧ୍ୟମରେ ଡାକ୍ତରଙ୍କ ସହିତ ଆପଏଣ୍ଟମେଣ୍ଟ ଅନଲାଇନରେ କରାଯାଇପାରୁଛି । ସେହିଭଳି ଗୁଗୁଲରେ ଡାକ୍ତରଙ୍କ ଯୋଗାଯୋଗ ନମ୍ବର ଖୋଜିବା ମଧ୍ୟ ସହଜ ହୋଇଗଲାଣି, କିନ୍ତୁ ଏହା ବିପଜ୍ଜନକ ମଧ୍ୟ ପ୍ରମାଣିତ ହେଉଛି। ଅନଲାଇନରେ ଡାକ୍ତର ଖୋଜିବା ପରେ ଅନୁପସହରର ଏହି ଦମ୍ପତି ଠକେଇର ସମ୍ମୁଖୀନ ହୋଇଛନ୍ତି । ସୂଚନା ମୁତାବକ ସାଇବର ଅପରାଧୀ ମାନେ ଜଣେ ଅସୁସ୍ଥ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ସାଇବର ଅପରାଧିଙ୍କ ଫାଶରେ ପଡ଼ି ଏହି ଦମ୍ପତି ୧୮ ଲକ୍ଷ ୬୧ ହଜାର ୯୭୦ ଟଙ୍କା ହରାଇଛନ୍ତି। ଦମ୍ପତି ଏବେ ଏକ ଅଭିଯୋଗ ଦାଖଲ କରିଛନ୍ତି, ଏବଂ ତଦନ୍ତ ଚାଲିଛି।
ଦମ୍ପତିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଅନୁପସହରର ମୋହଲ୍ଲା କେଦାର ସହାୟର ବାସିନ୍ଦା ପୀଡିତା ଜଣକ ଡିସେମ୍ବର ୧, ୨୦୨୫ ରେ ଗୁଗୁଲରେ ଜଣେ ଡାକ୍ତରଙ୍କ ଫୋନ୍ ନମ୍ବର ଖୋଜିଥିଲେ, କାରଣ ସେ ଅସୁସ୍ଥ ଅନୁଭବ କରୁଥିଲେ। ସେ ସର୍ଚରେ ଦିଆଯାଇଥିବା ଏକ ନମ୍ବର ଡାଏଲ୍ କରିଥିଲେ। କଲର ନିଜକୁ ଜଣେ ଡାକ୍ତର ଭାବରେ ପରିଚୟ ଦେଇଥିଲେ ଏବଂ ଦମ୍ପତିଙ୍କୁ ତୁରନ୍ତ ଏକ ଆପଏଣ୍ଟମେଣ୍ଟ ବ୍ୟବସ୍ଥା କରିବାକୁ କହିଥିଲେ।
ବ୍ୟାଙ୍କ ଆକାଉଣ୍ଟରୁ ୨୦ ଟି ଟ୍ରାନଜାକସନ କରାଯାଇଛି...
ଫେବୃଆରୀ ୧୯ ରୁ ଫେବୃଆରୀ ୨୫ ୨୦୨୬ ମଧ୍ୟରେ, ପୀଡିତଙ୍କ ଆକାଉଣ୍ଟରୁ ୨୦ଟି ପୃଥକ କାରବାର କରାଯାଇଥିଲା। ଏହି କାରବାର ମାଧ୍ୟମରେ, ୧୦ ଲକ୍ଷରୁ ଅଧିକ ଟଙ୍କା ଉଠାଯାଇଥିଲା। ଏହି ପରିମାଣକୁ ଅନେକ କାରବାର ମାଧ୍ୟମରେ ଛୋଟ କିସ୍ତିରେ ସ୍ଥାନାନ୍ତର କରାଯାଇଥିଲା। ଏହି କାରଣରୁ, ପୀଡିତ ବ୍ୟାଙ୍କରୁ ଆସୁଥିବା ମେସେଜ ଗୁଡ଼ିକୁ ଧ୍ୟାନ ଦେଇ ନଥିଲେ ଏବଂ ଧୀରେ ଧୀରେ ତାଙ୍କ ଆକାଉଣ୍ଟରୁ ବହୁ ପରିମାଣର ଟଙ୍କା କଟି ଯାଇଥିଲା ।
ଏହା ସହ ପଢନ୍ତୁ : 'ସେ ମୋତେ ମାରିବାକୁ ଚାହୁଁଥିଲା, ତା’ ଆଗରୁ ମୁଁ ତାକୁ ମାରିଦେଲି'...