ପ୍ରମୂଖ ଖବର
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ, ମଙ୍ଗଳରେ ଡାଇନୋସରର ଅଣ୍ଡା ଚିହ୍ନ ଅନୁସନ୍ଧାନ କଲା ରୋଭର !

Published By : Swapna Ray | August 23, 2025 3:20 PM

ନୂଆଦିଲ୍ଲୀ, ୨୩।୮: ବାସ୍ତବ ରୂପ ନେବ ଇତିହାସ । ପୃଥିବୀକୁ ଫେରିବେ ବିଲୁପ୍ତ ପ୍ରାଣୀ । ସବୁଜ ଗୃହକୁ ଫେରିବେ ଡାଇନୋସର । ଜୀବନ ସନ୍ଧାନରେ ନିୟୋଜିତ ରୋଭରକୁ ବଡ଼ ସଫଳତା ମିଳିଛି । ଏଭଳି ଆବିଷ୍କାର ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ରହସ୍ୟମୟ ମଙ୍ଗଳ ଗ୍ରହର ପୃଷ୍ଠଭୂମିରେ ଡାଇନୋସର ଅଣ୍ଡାର ଚିହ୍ନ ଆବିଷ୍କାର ହୋଇଛି । ଆଗକୁ ପୁଣି ସୃଷ୍ଟି ହେବ କି ଡାଇନୋସର ପ୍ରଜାତିର ଜୀବ ? 

ରହସ୍ୟମୟ ଗ୍ରହ ମଙ୍ଗଳ ଉପରେ କାହିଁ କେଉଁ କାଳରୁ ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ନାସାର ଅନୁସନ୍ଧାନକାରୀ ରୋଭରକୁ ମଙ୍ଗଳ ଗ୍ରହରେ ଡାଇନୋସରର ଅଣ୍ଡାର ଚିହ୍ନ ମିଳିଛି । ଏହି ଚିହ୍ନ ମଙ୍ଗଳ ପୃଷ୍ଠରେ ଦେଖାଯାଇଛି । ଯାହା ଡାଇନୋସରର ଅଣ୍ଡା ଭଳି ଦେଖାଯାଉଛି । ଅନୁସନ୍ଧାନକାରୀ ରୋଭରର ଏହି ସନ୍ଧାନ ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଆବିଷ୍କାର ମାଉଣ୍ଟ ଶାର୍ପର ଢାଲ ଗେଡେସ ଭାଲିସ ରିଜର 'ଦି ବକ୍ସୱାର୍କ୍ସ' ନାମକ ଏକ ଅଞ୍ଚଳରେ କରାଯାଇଛି । ମଙ୍ଗଳ ପୃଷ୍ଠରେ ଫାଟ ଏବଂ ଧାର ରହିଛି । କାରଣ ପୂର୍ବରୁ ମଙ୍ଗଳ ଗ୍ରହରେ ନଦୀ ଏବଂ ହ୍ରଦ ପ୍ରବାହିତ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି । ମଙ୍ଗଳ ପୃଷ୍ଠରେ ବହୁ ବର୍ଷ ଆଗରୁ ପାଣି ଥିଲା ବୋଲି ଜଣାପଡ଼େ । ଏହି ପାଣି ସମୟକ୍ରମେ ଶୁଖିଯାଇଛି । 

ଅନୁସନ୍ଧାରକାରୀ ରୋଭର ଏହାର ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଉପକରଣ ସାହାଯ୍ୟରେ ମଙ୍ଗଳ ଗ୍ରହର ପୃଷ୍ଠକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁସନ୍ଧାନ କରୁଛି । ମାଷ୍ଟକ୍ୟାମ ଏହି ଅଞ୍ଚଳର ଫଟୋ ଉଠାଉଛି । ଅନ୍ୟପଟେ କେମକ୍ୟାମ ପଥରଗୁଡ଼ିକର ରାସାୟନିକ ଗଠନ ବିଶ୍ଳେଷଣ କରୁଛି । ଏହା ବ୍ୟତୀତ, ପୃଷ୍ଠର ଅଣୁବୀକ୍ଷଣିକ ଗଠନକୁ କଏଦ୍ କରିବା ପାଇଁ MAHLI ଏବଂ APXS ଭଳି ଉପକରଣ ବ୍ୟବହାର କରାଯାଉଛି । ବିଶେଷ କଥା ହେଉଛି ବୈଜ୍ଞାନିକମାନେ ଏହି ବାକ୍ସ ଆକୃତିର ପଥରଗୁଡ଼ିକୁ ପୃଥିବୀର ହାଇଡ୍ରୋଥର୍ମାଲ ପ୍ରକ୍ରିୟା ସହିତ ତୁଳନା କରୁଛନ୍ତି, ଯେଉଁଠାରେ ଗରମ ପାଣି ଏବଂ ଖଣିଜ ପଦାର୍ଥର କାର୍ଯ୍ୟକଳାପ ଯୋଗୁଁ ଏଭଳି ପଥର ସୃଷ୍ଟି ହୋଇଥାଏ । ଏହି ପଥର ମଙ୍ଗଳ ଗ୍ରହର ଇତିହାସ ବିଷୟରେ ସନ୍ଧାନ କରିବାରେ ସହାୟ ହେବ । 

ତେବେ ଏହି ମିଶନର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ? ନାସାର ଅନୁସନ୍ଧାରକାରୀ ରୋଭର ଏବେ ମଙ୍ଗଳଗ୍ରହର ପୃଷ୍ଠଭୂମିରେ ଥିବା ଫାଟ ଉପରେ ବିଶ୍ଳେଷଣ କରିବ । ପରେ ଏହା କୁକେନାନକୁ ଚାଲିଯିବ । ଏହି ରୋଭରର ପ୍ରତ୍ୟେକ ପଦକ୍ଷେପ ପ୍ରାଚୀନ ମଙ୍ଗଳ ଗ୍ରହ କିପରି ବିକଶିତ ହୋଇଥିଲା ସେ ବିଷୟରେ ବୈଜ୍ଞାନିକଙ୍କୁ ପ୍ରମାଣ ଦେବ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.