ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିଏସ୍‌ଏଫ୍‌ ଗଙ୍ଗୋତ୍ରୀ ରାଫ୍ଟିଙ୍ଗ୍‌: ଓଡ଼ିଶାରୁ ୬ ମହିଳା ଯବାନ, ନେତୃତ୍ୱ ନେଉଛନ୍ତି ଦୀପ୍ତିମୟୀ

Published By : Prameya | November 14, 2024 12:36 PM

ବ୍ରହ୍ମପୁର,୧୪/୧୧: ବର୍ଡର୍‌ ସିକ୍ୟୁରିଟି ଫୋର୍ସ  (ବିଏସ୍‌ଏଫ୍‌) ପକ୍ଷରୁ ପ୍ରଥମ ଥର ମହିଳା ଯବାନଙ୍କୁ ନେଇ ଗଙ୍ଗୋତ୍ରୀ  ଠାରୁ ଗଙ୍ଗା ସାଗର ପର୍ଯ୍ୟନ୍ତ ରାପ୍ଟିଙ୍ଗ୍‌ (ଦୁଃସାହାସିକ ନୌଚାଳନା) ଅଭିଯାନ ଆୟୋଜିତ ହୋଇଛି । ନଭେମ୍ବର ୨ରୁ ଆରମ୍ଭ ହୋଇ  ଡିସେମ୍ବର ୨୪ରେ ସରିବାକୁ ଥିବା ଏହି ଅଭିଯାନରେ ଦୁଇଟି ଟିମ୍‌ରେ  ୨୦ ଜଣ ମହିଳା ଥିବା ବେଳେ ଓଡ଼ିଶାର ୬ ଜଣ ସାମିଲ ଅଛନ୍ତି ।  

ଦୁଇ ଏସ୍‌ଆଇ ଏହାର ନେତୃତ୍ୱ ନେଉଥିବା ବେଳେ ଗୋଟିଏ ଟିମ୍‌ର  ନେତୃତ୍ୱ ନେଉଛନ୍ତି ଦୀପ୍ତିମୟୀ ତରାଇ । ସେ ହେଉଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଓରା ଗ୍ରାମର ବାସିନ୍ଦା ତଥା ବ୍ରହ୍ମପୁରସ୍ଥିତ ସାମନ୍ତରାୟ ଏକାଡେମୀର ପ୍ରଶିକ୍ଷାର୍ଥୀ । ଅନ୍ୟ ଓଡ଼ିଆମାନେ ହେଲେ ଶୁକମଣି ଖଡିଆ, କ୍ରାନ୍ତି ଭେଙ୍ଗରା, ଲକ୍ଷ୍ମୀପ୍ରିୟା, ମୀନତି କର୍ଣ୍ଣ ଓ ଜୟନ୍ତୀ ଭୂମି ।  ମୋଟ ୨୫୦୦ କିଲୋମିଟର ନଦୀ ପଥରୁ ଏଯାବତ୍‌ ସେମାନେ ୫୦୦ କିମି ଅତିକ୍ରମ କରିଲେଣି । ଗଙ୍ଗାକୁ ସ୍ୱଚ୍ଛ ରଖିବା ଓ ମହିଳା  ସଶକ୍ତିକରଣର ବାର୍ତ୍ତା ପ୍ରଚାର ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।  ପ୍ରତ୍ୟହ ସକାଳ ୮ଟାରୁ ଏହି ଟିମ୍‌ ଗଙ୍ଗା ନଦୀ ମଧ୍ୟରେ ଅଭିଯାନ  ଆରମ୍ଭ କରିଥାନ୍ତି । ସନ୍ଧ୍ୟା ସୁଦ୍ଧା ବିଏସଏଫ୍‌ ପକ୍ଷରୁ ଦିଆଯାଇଥିବା  ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି । ଦୀପ୍ତିମୟୀ ୨୦୨୧ରେ ବିଏସଏଫ୍‌ରେ  ସ୍ଥାନ ପାଇଥିଲେ । 

ସେ କହିଛନ୍ତି ଯେ- ଓଡ଼ିଆ ମହିଳା ଯବାନ୍‌ ଭାବେ  ନେତୃତ୍ୱ ନେବାର ସୁଯୋଗ ପାଇଛି । ବୁଧବାର ସୁଦ୍ଧା ଆମେମାନେ  ଫରିଦାବାଦରେ ପହଞ୍ଚିଛୁ । ପ୍ରତିଦିନ ପାଣି ମଧ୍ୟରେ ନୂଆ ପ୍ରତିବନ୍ଧକର  ସମ୍ମୁଖୀନ ହେଉଛୁ, ତଥାପି ତାହାକୁ ପାର କରି ଦିଆଯାଇଥିବା ଲକ୍ଷ୍ୟ  ସ୍ଥଳରେ ପହଞ୍ଚିଥାଉ । ଏହା ଆମ ପାଇଁ ଗର୍ବର ବିଷୟ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.