ହରଭଙ୍ଗା,୨୩।୧୨ : ୮୫ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ। ୮୦ ବର୍ଷରୁ ବୟସ ଅଧିକ। ତଥାପି ମିଳୁନି ବର୍ଦ୍ଧିତ ଭତ୍ତା। ଏଥିପାଇଁ ଦୌଡି ଦୌଡି ହିତାଧିକାରୀ ନୟାନ୍ତ। ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ କୁମାରୀ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ କୁମାରୀ ଗ୍ରାମର ଶୈଳେନ୍ଦ୍ରି ଚଣ୍ଡ। ଜନ୍ମରୁ ଭିନ୍ନକ୍ଷମ l ଗୋଟିଏ ଗୋଡ଼ ସଂପୂର୍ଣ୍ଣ ଅଚଳ ଥିବା ବେଳେ ବାଡ଼ି ଓ ଅନ୍ୟ ସହାୟତାରେ ଜୀବନ ବିତାଉଛି l ୮୫ ପ୍ରତିଶତ ଭିନ୍ନକ୍ଷମ। ବର୍ଦ୍ଧିତ ଭତ୍ତା ପାଇଁ ଅନଲାଇନରେ ପଞ୍ଜିକୃତ ଓ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣିରେ ଅଭିଯୋଗ ପଞ୍ଜିକରଣ କରିଥିଲେ l ହେଲେ ଆଜି ପର୍ଯ୍ୟନ୍ତ ବର୍ଦ୍ଧିତ ଭତ୍ତା ମିଳୁନି।

ସେହିପରି କୁମାରୀ ଗ୍ରାମର ଅକ୍ଷୟ ବେହେରା ଓ ଝୁନା ସେନାପତି ୮୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସେମାନଙ୍କୁ ବର୍ଦ୍ଧିତ ଭତ୍ତା ମିଳୁନି। ସେହିପରି ତୁଳସା ଖଟୁଆ, ଧୂବୁଣି ଖଟୁଆ, ଛକେଇ ବେହେରା ଓ ଅତଲସରା ଗ୍ରାମର ପାଲ ବେହେରାଙ୍କୁ ୮୦ ବୟସରୁ ଅଧିକ ହୋଇଥିଲେ ମଧ୍ୟ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ରହିଛନ୍ତି।ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ବର୍ଦ୍ଧିତ ଭତ୍ତା ଦେବାକୁ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି l