ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ପରିବାର

Published By : Suraj Kumar | May 10, 2025 5:04 PM

ଫିରିଙ୍ଗିଆ,୧୦l୫ :  ବହୁ ବର୍ଷ ତଳେ ମିଳିଥିଲା ଇନ୍ଦିରା ଆବାସ। ତାହା ଏବେ ଦୟନୀୟ ଅବସ୍ଥାରେ । ଘରେ ପଡିଥିବା ଟିଣ ସବୁ ଫାଟିଗଲାଣି। ସାମାନ୍ୟ ବର୍ଷା ହେଲେ ଘର ଭିତରେ ପାଣି।  ତେବେ ଏପରି ଅବସ୍ଥାରେ ଏକ ଦିବ୍ୟାଙ୍ଗ ପରିବାର ରହୁଥିଲେ ମଧ୍ୟ ମିଳୁନି ପ୍ରଧାନମନ୍ତ୍ରୀ ଆବାସ।  ଘର ଖଣ୍ଡିଏ ପାଇଁ ଦୌଡି ଦୌଡି  ନୟାନ୍ତ ହେଲେଣି ପରବାର । ତଥାପି କେହି ଶୁଣୁ ନାହାନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା଼ଗାଁ ପଂଚାୟତ ଅନ୍ତର୍ଗତ ଟେଲା ପାଲି ଗ୍ରାମରେ ଏହା ଦେଖିବାକୁ ମିଳିଛି।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା଼ଗାଁ ପଂଚାୟତ ଅନ୍ତର୍ଗତ ଟେଲା ପାଲି ଗ୍ରାମର ଶିବାଜୀ ରଣା (୫୩)ଜନ୍ମରୁ ଦୃଷ୍ଟିହୀନ। ହୋଇଥିବା ତାଙ୍କ ଗୋଟିଏ ବୋଲି ଝିଅ କାଜଲ ରଣା(୧୮) ମଧ୍ୟ ଭିନ୍ନକ୍ଷମ । ସ୍ତ୍ରୀ ସୁନ୍ଦରୀ ରଣା (୪୭) ଓ ଝିଅକୁ ନେଇ ଶିବାଜୀଙ୍କ ପରିବାର।  ଶିବାଜୀଙ୍କୁ ଅନେକ ବର୍ଷ ତଳେ ଏକ ଇନ୍ଦିରା ଆବାସ ଘର ମିଳିଥିଲା । ତାହା ଏବେ ଦୟନୀୟ ଅବସ୍ଥାରେ । ଟିଣ ସବୁ ଫାଟି ଯାଇଥିବା ଘର ଭିତରୁ ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନ ଦେଖାଯାଉଛି । ଅନ୍ୟ ପଟେ ଘର ଅତି ପୁରୁଣା ହୋଇଥିବାରୁ ଘର କାନ୍ଥ ସବୁ ଫାଟି ଆଁ କଲାଣି । କେତେବେଳେ ଯେ ଭୁଶୁଡି ପଡିବ କହି ହେବ ନାହିଁ। ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଭଙ୍ଗା ଘରେ ଦିନ କାଟୁଛନ୍ତି ଏହି ଭିନ୍ନକ୍ଷମ ପରିବାର ହେଲେ ପ୍ରଶାସନ ଆଖିକୁ ଏ ପରିବାର ର ଦୁଃଖ ଦେଖାଯାଉନି।

ଭିନ୍ନକ୍ଷମ ହିସାବରେ ବାପଝିଅ ଓ ସ୍ତ୍ରୀ ଙ୍କୁ ଭତ୍ତା ଟଙ୍କା ମିଳୁଛି ।ଅନ୍ୟପଟେ ସ୍ତ୍ରୀ ସୁନ୍ଦରୀ ଏଘର ସେଘର ବୁଲି ଅନ୍ୟ ମୂଳ ଲାଗି ଯାହା କିଛି ବି  ରୋଜଗାର କରୁଛନ୍ତି। ସେଥିରେ ୩ ପ୍ରାଣୀଙ୍କ ଭରଣପୋଷଣ ହେଉଛି। ଶିବାଜୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଅନେକ ଥର ଆବେଦନ କରିଥିଲେ ମଧ୍ୟ ପ୍ରଶାସନ ଶିବାଜୀଙ୍କ ପରିବାର ପାଇଁ ଘର ଖଣ୍ଡେ ଯୋଗେଇ ଦେଉନାହାନ୍ତି ।ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ଓ ବିଡ଼ିଓ ଙ୍କ ନିକଟକୁ ବାରମ୍ବାର ଘର ଆଶାରେ ଦୌଡ଼ିଛନ୍ତି ହେଲେ ପ୍ରଶାସନିକ ଅଧିକାରୀ ମାନେ ସେକେଣ୍ଡ ଲିଷ୍ଟ ରେ ଆସିବ କହି ଚାଲିଥିବା   ଶିବାଜୀ ଦୁଃଖର ସହ ପ୍ରକାଶ କରିଛନ୍ତି । ଏନେଇ ଡିଣ୍ଡିରା଼ଗାଁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଝୁଲିଲତା ସାହୁଙ୍କୁ ପଚାରିବାରୁ ସେ ଅନ୍ତୋଦୟ ଓ ପିଏମଏଯାଇ ସର୍ଭେ ହୋଇଛି, ତେଣୁ ସେକେଣ୍ଡ ଲିଷ୍ଟ ଆସିଲେ ତାଙ୍କ ଘର ପାଇଯିବେ ବୋଲି କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.