ସାହାଜପାଲ ,୨୧।୨ କେନ୍ଦ୍ର ଓ ରାଜ୍ୟ ସରକାର ବୃଦ୍ଧ, ବୃଦ୍ଧା, ବିଧବା ମହିଳା, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭତ୍ତା ଯୋଗାଇ ଦେଉଛନ୍ତି । କିନ୍ତୁ ଏହି ଭତ୍ତା ଦିବ୍ୟାଙ୍ଗକୁ ମିଳୁ ନାହିଁ। ଏହିଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମରେ। ୪ ମାସ ହେଲା ଜଣେ ଦିବ୍ୟାଙ୍ଗକୁ ଭତ୍ତା ମିଳୁନି।
ଭିନ୍ନୟମ ସୁମନ୍ତ ବିଶି ମାସକୁ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଉଥିଲେ। ଆଜକୁ ୪ମାସ ହେବ ଭତ୍ତା ବନ୍ଦ ହୋଇଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭତ୍ତା ପାଇଁ ବୌଦ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଯାଇ କାଗଜ ପତ୍ର ଦେଇଥିଲେ । ଏପରିକି ପଞ୍ଚାୟତ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହେଲେଣି ତଥାପି ଅଧିକାରୀମାନେ ଶୁଣୁ ନାହାନ୍ତି। ତୁରନ୍ତ ଏ ଦିଗରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।