ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଘରପୋଡ଼ି ଅଭିଯୋଗରେ ଦିବ୍ୟାଙ୍ଗ ଯୁବକ ଗିରଫ

Published By : Rasmita Pradhan | June 19, 2025 10:37 AM

ଖପ୍ରାଖୋଲ, ୧୯/୬ : ଘରପୋଡ଼ି ଅଭିଯୋଗରେ ଦିବ୍ୟାଙ୍ଗ ଯୁବକ ଗିରଫ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ଗ୍ରାମର ସୁଶୀଳା ଛତରଙ୍କ ଘର ପୋଡ଼ି ଅଭିଯୋଗରେ ପୁଲିସ ଜଣେ ଦିବ୍ୟାଙ୍କ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ବରଗଡ଼ ଜିଲ୍ଲା ଜଗଦଲପୁର ଥାନା ଅନ୍ତର୍ଗତ ଜାମପାଲି ଗ୍ରାମର ଦିବ୍ୟାଙ୍ଗ ଭଗବାନ ସତନାମି। 

ସୂଚନାନୁଯାୟୀ, ଜଗଦଲପୁର ଥାନା ଅନ୍ତର୍ଗତ ଜାମପାଲି ( ବେହେରାପଡା) ଗ୍ରାମର ଦିବ୍ୟାଙ୍ଗ ଭଗବାନ ସତନାମି ଦୀର୍ଘ ଦିନ ହେବ ହରିଶଙ୍କରରେ ରହି ଭିକ ମାଗି ପେଟ ପାଟଣା ଚଳାଉଥିଲେ। କୌଣସି ଘଟଣାକୁ ନେଇ ଭଗବାନ ଓ ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ଗ୍ରାମର ସୁଶୀଳା ଛତରଙ୍କ ପରିବାର ସହ କଥା କଟାକଟି ହୋଇଥିଲା। ଏହା ପରେ ଭଗବାନ ପ୍ରତିଶୋଧ ପରାୟଣ ହୋଇ ସୁଶୀଳା ଛତରଙ୍କ ଘରକୁ ପୋଡ଼ି ଦେଇଥିବା ସେ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଭଗବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ନରେନ୍ଦ୍ର ଛତ୍ର କହିଛନ୍ତି। ଗୋଟିଏ ହାତ ନଥିବା ଦିବ୍ୟାଙ୍ଗ ଭିକାରୀ ଦିଆସିଲି କାଠିରେ ନିଆଁ ଜାଳି ଘର ପୋଡ଼ି ଦେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.