ପ୍ରମୂଖ ଖବର
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

କୀଟନାଶକ ଉପଚାରିତ ମଶାରୀ ବଣ୍ଟନର ଶୁଭାରମ୍ଭ

Published By : Suraj Kumar | November 7, 2024 7:19 PM

ମାଲକାନଗିରି, ୭/୧୧ (ଆପ୍ର ): ଜିଲ୍ଲାସ୍ତରୀୟ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମ ମାଲକାନଗିରି ବ୍ଳକସ୍ଥିତ ଗୌଡ଼ଗୁଡା ଗ୍ରାମ ଠାରେ  ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼ା ବ୍ରଜବନ୍ଧୁ ଦାଶ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ମଶା ବାହିତ ରୋଗ) ଡ଼ା କବିତା ସ୍ୱାଇଁ, ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ମାଲକାନଗିରି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ    କସମମ ତୀର୍କୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ପାଣ୍ଡ୍ରିପାଣି ଡ଼ା ନିଶାନ୍ତ ଦାଶ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l 

ମାଲକାନଗିରି ଜିଲ୍ଲାର ୧୧୧ ଟି ଗ୍ରାମ ପଞ୍ଚାୟତ ସହିତ ୧୫୮ ଟି ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘସ୍ଥାୟୀ ଔଷଧ ଉପଚାରିତ ମସାରି ବଣ୍ଟନ କରାଯିବ। ଏଥି ନିମନ୍ତେ ୧୨୪୯ ଟି ମସାରି ବଣ୍ଟନ ସ୍ଥଳୀ ଚିହ୍ନଟ ହୋଇଛି। ପ୍ରତି ପରିବାରର ନିର୍ଦ୍ଧିଷ୍ଟ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଜଣ କିଆ, ଦୁଇଜାଣିଆ ଓ ପରିବାର ଆକାର ମସାରି କେତୋଟି ମିଳିବ ତାହା ସର୍ଭେ ଦ୍ୱାରା ସ୍ଥିର ହୋଇସାରିଛି।  ଜିଲ୍ଲାରେ ମୋଟ ୪୧୫୮୯୯୩ ଟି ମସାରି ବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଏହି ଅବସର ରେ ମ୍ୟାଲେରିଆ ରୋଗରୁ ସୁରକ୍ଷା ଓ ନିରାକରଣ ନିମନ୍ତେ ମଶାରୀ ବ୍ୟବହାର ବିଷୟରେ  ପଥ ପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କରାଯାଇଥିଲା  । ସେହିପରି ଜନ ସାଧାରଣଙ୍କୁ ମଶାରୀ ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟେକ ଗ୍ରାମକୁ ନିଧି ରଥ ବା ସଚେତନତା ରଥ ମାଧ୍ୟମରେ ଜିଲ୍ଲା ସ୍ତରୀୟ ନିଧି ରଥ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ   ଅଜିତ କୁମାର ଦଳାଇ, ଜିଲ୍ଲା ମଶାବାହିତ ପରାମର୍ଶଦାତା ପରିଚାଳକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟ ଅଧିକାରୀ ପରିଚାଳନା କରିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.