ପ୍ରମୂଖ ଖବର
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭; ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ଲକ୍ଷ୍ୟ କର୍ମଶାଳା ଅନୁଷ୍ଠିତ

Published By : Soubhagya Ranjan | June 14, 2025 10:28 PM

ନଵରଙ୍ଗପୁର,୧୪/୦୬: ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଭିଜନ ୨୦୩୬ ଓ ୨୦୪୭ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ନବରଙ୍ଗପୁର ଜିଲ୍ଲାର ବୁଦ୍ଧିଜୀବୀ ମାନେ ବିଭିନ୍ନ ମତ ରଖିଥିଲେ।୧୯୬୬ରେ ଗେଜେଟିୟର ପ୍ରକାଶ ପାଇବା ପରେ ଆଉ ପାଇନାହିଁ। ନବରଙ୍ଗପୁର ଜିଲ୍ଲାରୁ ଅନେକ ବୁଦ୍ଧିଜୀବୀ ବିଭିନ୍ନ ଗବେଷଣା କରିଛନ୍ତି । ତାହା ପ୍ରକାଶ କରିବାକୁ ଏହି କର୍ମଶାଳାରେ ଅନୁରୋଧ କରାଯାଇଥିଲା। ସେହିଭଳି ଶହୀଦ ମାନଙ୍କ ଗାଁରେ ପ୍ରତିମୂର୍ତ୍ତି ସ୍ଥାପନ କଲେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ହେବ ବୋଲି ପରାମର୍ଶ ଦିଆଯାଇଥିଲା। 

ସେହିଭଳି ନବରଙ୍ଗପୁର ଜିଲ୍ଲା ଏକ କୃଷି ଭିତ୍ତିକ ଜିଲ୍ଲା। ଏଠାରେ କୃଷି ବିଶ୍ଵ ବିଦ୍ୟାଳୟ, ପଲିଟେକନିକ୍ କଲେଜକୁ ଇଞ୍ଜିନିୟରିଂ କଲେଜ କରିବାର ଆବଶ୍ୟକତା ରହିଛି। କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ସ୍ଥାପନ, ମୃତ୍ତିକା ସଂରକ୍ଷଣ, ନଦୀକୂଳିଆ ଅଞ୍ଚଳରେ ବୃକ୍ଷରୋପଣ, କ୍ରୀଡ଼ାର ଭିତ୍ତିଭୂମି ସହିତ ପ୍ରାଥମିକ ବିଦ୍ୟାଳୟରୁ କ୍ରୀଡ଼ା ପ୍ରଶିକ୍ଷଣ ବ୍ୟବସ୍ଥା ଗ୍ରହଣ କରିବା ଆଦି ପରାମର୍ଶ ଦିଆଯାଇଥିଲା। ଜଳ ସ୍ତର କମୁଥିବା ଯୋଗୁ ଏନେଇ ପୂର୍ବାନୁମାନ କରି ଜଳସ୍ତର ବୃଦ୍ଧି ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଜୈବିକ ସାର ପଦ୍ଧତି ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ କହିଥିଲେ। 

ସେହିଭଳି ନବରଙ୍ଗପୁର ଜିଲ୍ଲାରେ ପର୍ଯ୍ୟଟନର ବିକାଶ, ମାଛଚାଷ, ପ୍ରାକୃତିକ ଓ କୃତ୍ରିମ ବନ୍ୟା ନିୟନ୍ତ୍ରଣ ସହିତ ନଦୀପଠାରେ କୂଅ ମାଧ୍ୟମରେ ଉଠା ଜଳସେଚନ କରାଯିବା ସହିତ କୃଷି ଭିତ୍ତିକ ଶିଳ୍ପ ଓ ବ୍ୟବସାୟୀ ମାନଙ୍କୁ ଋଣ ବ୍ୟବସ୍ଥା ସରଳିକରଣ କରାଯିବା ଭଳି ଅନେକ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମସ୍ତଙ୍କ ସହଭାଗିତାରେ ବିକାଶ ହେବ ବୋଲି କହିଥିଲେ। ସମ୍ପ୍ରତି ସରକାର ଜନସାଧାରଣଙ୍କ ସରକାର ବୋଲି କହିଥିଲେ। ମନ୍ତ୍ରୀ ଜେନା ସମସ୍ତଙ୍କ ମତାମତର ଉତ୍ତର ରଖିବା ସହିତ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଅର୍ଥ ସରକାର ବହନ କରିବେ ବୋଲି କହିଥିଲେ। ଜିଲ୍ଲାରେ ବିକାଶ ପାଇଁ ଭିତ୍ତିଭୂମି ରହିଛି, ପର୍ଯ୍ୟଟନ ସ୍ଥଳୀର ବିକାଶ ହେବ, ସରକାର ବିକାଶ ହିଁ ଚାହୁଁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଯେଉଁ ମାନେ ଉଦ୍ୟୋଗୀ ହେବାକୁ ଚାହୁଁଛନ୍ତି ସେମାନଙ୍କ ପଛରେ ସରକାର ରହିଛନ୍ତି ବୋଲି କହିଥିଲେ ମନ୍ତ୍ରୀ। 

ପ୍ରତ୍ୟେକ ସୁବିଧା ଯୋଗାଇ ଦିଆଯିବା ସହିତ ସବସିଡି ବ୍ୟବସ୍ଥା ମଧ୍ୟ ରହିଛି ବୋଲି କୁହାଯାଇଥିଲା। ସାର ବ୍ୟବହାର ଉପରେ ନିଜେ ନିଜେ ଉଦ୍ୟମ କରିବା ଆରମ୍ଭ କରି ଅନ୍ୟ ପାଇଁ ଉଦାହରଣ ସାଜିବା ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ କହିଥିଲେ। ଏଠାରେ ଦିଆଯାଇଥିବା ପ୍ରସ୍ତାବ ଗୁଡ଼ିକ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଏହାକୁ ନେଇ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ ବୋଲି କହିଥିଲେ। 

ଏହି ପରିପ୍ରେକ୍ଷୀରେ ସାଂସଦ ବଳଭଦ୍ର ମାଝୀ କହିଥିଲେ ଯେ ପୂର୍ବ ସରକାର ସମୟରେ ଇଞ୍ଜିନିୟରିଂ କଲେଜ ପାଇଁ ୨୦ ଏକର ଜମି ଠିକ୍ କରାଯାଇଥିଲା। କିନ୍ତୁ ସରକାର ଫାଇଲ ହଜାଇ ଦେଇଥିଲେ। ଭଦ୍ରାଚାଲମ ଠାରୁ ମାଲକାନଗିରି ନବରଙ୍ଗପୁର ଦେଇ ଜୁନାଗଡ଼ ପର୍ଯ୍ୟନ୍ତ ୪୬୦ କିମି ରେଳପଥ ହେବ। ନବରଙ୍ଗପୁରରେ ଇ-ଲାଇବ୍ରେରୀ ପାଇଁ  ୩ କୋଟି ଟଙ୍କାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବ ସରକାର ମହାନଦୀ ଜଳ ବିବାଦକୁ ଅଯଥାରେ ଟ୍ରିବୁନାଲକୁ ନେବା  ଦ୍ୱରା ସମନ୍ୱିତ ତେଲ , ଟୁରୀ ଗୁଣିଥାଟ ପ୍ରକଳ୍ପ ଅଟକି ଗଲା । ଜଳସେଚନ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଥିଲେ। ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ସମସ୍ତେ ଘରେ ଗୋଟିଏ ଲେଖାଏଁ ଗାଈ ରଖିବାକୁ ପରାମର୍ଶ ଦେଇଥିଲେ । ଝରିଗାଁ ବିଧାୟକ  ନର୍ସିଂ ଭତରା, ବିଜେପି ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାଶ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଏହି କର୍ମଶାଳାରେ ଉପସ୍ଥିତ ଥିଲେ। କର୍ମଶାଳାକୁ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ପରିଚାଳନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.