କେନ୍ଦୁଝର ସଦର,୧୬/୧୨ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଜିଲ୍ଲା ସରପଞ୍ଚ ସଙ୍ଘର ସଭାପତି ଭାଗିରଥି ସିଂହଙ୍କ ତତ୍ତ୍ଵାବଧାନରେ ୧୦ଦଫା ସମ୍ବଳିତ ଦାବି ନେଇ ଜିଲ୍ଲା ସରପଞ୍ଚ ସଙ୍ଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଖଣିଜ ପାଣ୍ଠି ଟଙ୍କାକୁ ପଞ୍ଚାୟତକୁ ସିଧାସଳଖ ପ୍ରଦାନ, ସରପଞ୍ଚଙ୍କ ମାସିକ ଭତ୍ତା ୧୦ରୁ ୫୦ହଜାରକୁ ବୃଦ୍ଧି କରାଯାଉ, ସରପଞ୍ଚ କ୍ଷମତା ସରିବା ପରେ ମାସିକ ୨୦ହଜାର ଟଙ୍କା ଭତ୍ତା ଲାଗୁ ହେଉ, ବିକଶିତ ଗାଁ ବିକଶିତ ଓଡ଼ିଶା ଅର୍ଥ ରାଶି ସିଧାସଳଖ ପଞ୍ଚାୟତକୁ ପ୍ରଦାନ କରାଯାଉ, ବିଦ୍ୟୁତ୍ ବିଲ୍ ଏବଂ ଏସିଏମଙ୍କ ଦରମା ଏସଏଫସି, ସିଏଫସି ଟଙ୍କାରୁ ଦିଆନଯାଇ ସ୍ଵତନ୍ତ୍ର ଟଙ୍କା ପ୍ରଦାନ କରାଯାଉ ବୋଲି ଆଲୋଚନା ହୋଇଛି ।
ସଂପାଦକ ରମେଶ ମୁଣ୍ଡା ସମେତ ଜିଲ୍ଲାର ୨୧୩ଜଣ ସରପଞ୍ଚ ଉପସ୍ଥିତ ରହି ବୈଠକ ଦାବିପତ୍ର ଉପସ୍ଥାନ କରାଯାଇଛି । ଯଦି ଏହା କାର୍ଯ୍ୟକାରୀ ନ ହେବ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ସରପଞ୍ଚ ରମେଶ ମୁଣ୍ଡା ।