କୋରାପୁଟ ୩।୧: କୋରାପୁଟ ଜିଲ୍ଲା ପର୍ଯ୍ୟଟକ ମାନଙ୍କ ପାଇଁ ଭୁସ୍ବର୍ଗ। ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ସୈାନ୍ଦଯ୍ୟ ଭରା ପର୍ଯ୍ୟଟନ ସ୍ଥଳ ରହିଛି। ପୁଣି ଅନେକ ସ୍ଥାନ ଲୁକ୍କାୟିତ ଭାବେ ପଡି ରହିଛି। ସେଭଳି ଲୁକ୍କାୟିତ ପର୍ଯ୍ୟଟନ ସ୍ଥଳ କୁ ଲୋକ ଲୋଚନକୁ ଆଣିବା ଲାଗି, ଅଣ୍ଟା ଭିଡି ଛନ୍ତି ପର୍ଯ୍ୟଟନ ବିଭାଗ ଓ ପ୍ରଶାସନ। 

ଏହି ପରିପ୍ରେକ୍ଷିରେ ଆଜି  ଦଶମନ୍ତପୁର ବ୍ଲକ ସଦରମହକୁମା ଠାରୁ ମାତ୍ର ୫ କିମି ଦୁର ରେ ଥିବା ପାତ୍ର ମାଳି ପାହାଡ଼ କୁ ପର୍ଯ୍ୟଟନ ସ୍ଥଳ କରିବା ଲକ୍ଷ୍ୟ ନେଇ  ପର୍ଯ୍ୟଟନ ବିଭାଗ ଗସ୍ତ କରି ତାହର ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି। ବିଡ଼ିଓ ମିଲନ କୁମାର ଝାଙ୍କରଙ୍କ ନେତୃତ୍ବରେ ରାଷ୍ଟ୍ରୀୟ ଦୁଃଶାହାସିକ ସଂସ୍ଥାର ଓଡ଼ିଶା ଷ୍ଟେଟ ନିର୍ଦେଶକ ରବିନ୍ଦ୍ର କୁମାର ଭୁୟାଁ,  ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଲିନା ପ୍ରଧାନୀ, ଏପିଓ ମସିଦାସ୍ ଖୋସଲା, ସମେତ ବ୍ଲକ ର ପଦାଧିକାରୀ ଅଫିସର  ପ୍ରମୁଖ ଉପସ୍ଥିତ ରହି ପାତ୍ର ମାଳି ପାହାଡ଼ ଏବଂ ଜଳ ଧାରାର ସ୍ଥିତି ବୁଲି ଦେଖି ଥିଲେ।

ତେବେ ମାଳି ପାହାଡ଼ ବ୍ୟତିତ ଦଶମନ୍ତପୁର ନିକଟରେ ଥିବା ପାତ୍ର ମାଳି ପାହାଡ଼ ର ଦୃଶ୍ୟ , ଅଧିକ  ସୁନ୍ଦର ଓ ମନଲୋଭା ଦୃଶ୍ୟ ବୋଲି ଷ୍ଟେଟ ନିର୍ଦେଶକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ, ପ୍ରଥମେ ଏଠାକୁ ଗମନାଗମନ ଲାଗି ରାସ୍ତା ନିର୍ମାଣ ର  ଆବଶ୍ୟକ ରହିଛି ବୋଲି ପ୍ରକାଶ କରିଛନ୍ତି।