ନୂଆଦିଲ୍ଲୀ ୧୭/୦୮: ଉଜବେକିସ୍ତାନର  ସମରକାଣ୍ଡ ଠାରେ ଆଗାମୀ ସେପ୍ଟେମ୍ବର ୩ରୁ ୧୫ ତାରିଖ  ମଧ୍ୟରେ ଫିଡେ ଗ୍ରାଣ୍ଡ୍‌ ସ୍ୱିସ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ  ହେବ । ଏଥିରେ ଫିଡେ ମହିଳା ବିଶ୍ୱକପ୍‌ ଚାମ୍ପିଅନ୍‌  ଭାରତର ଦିବ୍ୟା ଦେଶମୁଖ ଓପନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା  କରିବେ । ଫିଡେ ସଭାପତି ତାଙ୍କୁ ୱାଇଲ୍ଡ କାର୍ଡ଼ ପ୍ରଦାନ  କରିଛନ୍ତି । 

ଗତ ଜୁଲାଇ ମାସରେ ଦିବ୍ୟା ସର୍ବକନିଷ୍ଠା  ଖେଳାଳି ଭାବେ ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇ ଇତିହାସ  ରଚିଥିଲେ । ଏଥିସହ ମହିଳା ଗ୍ରାଣ୍ଡମାଷ୍ଟର ଟାଇଟଲ୍‌  ହାସଲ କରିଥିଲେ । ଓପନ ବର୍ଗରେ ଦିବ୍ୟାଙ୍କ ବ୍ୟତୀତ  ବିଶ୍ୱ ଚେସ୍‌ ଚାମ୍ପିଅନସିପ୍‌ ଚାମ୍ପିଅନ୍‌ ଭାରତୀୟ ଗ୍ରାଣ୍ଡମାଷ୍ଟର  ଡି. ଗୁକେଶ, ଅର୍ଜୁନ ଏରିଗାଇସି, ଆର. ପ୍ରଜ୍ଞାନନ୍ଦା,  ନିହାଲ ସାରିନ ପ୍ରମୁଖ ଭାଗ ନେବେ । ଏରିଗାଇସିଙ୍କୁ  ଟପ୍‌ ସିଡ୍‌ ଓ ଗୁକେଶଙ୍କୁ ଦ୍ୱିତୀୟ ସିଡ୍‌ ମାନ୍ୟତା ମିଳିଛି ।