ନୂଆଦିଲ୍ଲୀ,୨୭/୧୦: କ୍ରମାଗତ ଭାବେ ବଢ଼ିଚାଲିଛି  ସୁନା ଦର । ୧୦ ଗ୍ରାମ ପିଛା ୨୪  କ୍ୟାରେଟ୍‌ ସୁନା ଦର ୮୧,୦୦୦  ଟଙ୍କା ଆଡ଼କୁ ମାଡ଼ିଚାଲିଛି । ଏଭଳି  ସ୍ଥିତିରେ ଏଥର ଦୀପାବଳି ଏବଂ  ଧନ୍‌ତେରାସ୍‌ ଫିକା ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । ଚାହିଦା ୧୫ରୁ  ୨୦% ଖସିପାରେ ବୋଲି ଗହଣା  ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ  କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ଗହଣା  ବ୍ୟବସାୟୀମାନେ ଗଢ଼ା ମୂଲ୍ୟ ରିହାତି  ସହିତ ଅନ୍ୟାନ୍ୟ ଫ୍ରିବିଜ୍‌ ଦେବା ପାଇଁ  ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି ।  ସାଧାରଣତଃ, ଦୀପାବଳି ଏବଂ  ଧନ୍‌ତେରାସ୍‌ରେ ସୁନା କିଣିଲେ  ଘରକୁ ସମୃଦ୍ଧି ଆସେ ବୋଲି ବିଶ୍ୱାସ  ରହିଛି । ବର୍ଷକରେ ଯେତିକି ସୁନା ବିକ୍ରି  ହୋଇଥାଏ ତାହାର ପ୍ରାୟ ୩୦ରୁ ୪୦%  ଏ ସମୟରେ ବିକ୍ରି ହୋଇଥାଏ ।