ନୂଆଦିଲ୍ଲୀ,୨୭/୧୦: କ୍ରମାଗତ ଭାବେ ବଢ଼ିଚାଲିଛି ସୁନା ଦର । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୮୧,୦୦୦ ଟଙ୍କା ଆଡ଼କୁ ମାଡ଼ିଚାଲିଛି । ଏଭଳି ସ୍ଥିତିରେ ଏଥର ଦୀପାବଳି ଏବଂ ଧନ୍ତେରାସ୍ ଫିକା ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । ଚାହିଦା ୧୫ରୁ ୨୦% ଖସିପାରେ ବୋଲି ଗହଣା ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ଗହଣା ବ୍ୟବସାୟୀମାନେ ଗଢ଼ା ମୂଲ୍ୟ ରିହାତି ସହିତ ଅନ୍ୟାନ୍ୟ ଫ୍ରିବିଜ୍ ଦେବା ପାଇଁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି । ସାଧାରଣତଃ, ଦୀପାବଳି ଏବଂ ଧନ୍ତେରାସ୍ରେ ସୁନା କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ବିଶ୍ୱାସ ରହିଛି । ବର୍ଷକରେ ଯେତିକି ସୁନା ବିକ୍ରି ହୋଇଥାଏ ତାହାର ପ୍ରାୟ ୩୦ରୁ ୪୦% ଏ ସମୟରେ ବିକ୍ରି ହୋଇଥାଏ ।

ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟି...