ନୂଆଦିଲ୍ଲୀ,୧୦/୧୨; ଭାରତୀୟଙ୍କ ପାଇଁ ଖୁସି ଖବର । ପ୍ରତିଟି ଭାରତୀୟଙ୍କ ପାଇଁ ଐତିହାସିକ ଦିନ । ବୈଶ୍ୱିକ ସ୍ତରରେ ଆଲୋକର ପର୍ବ ଦୀପାବଳିକୁ ମିଳିଛି ମାନ୍ୟତା । ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହୋଇଛି ଦୀପାବଳି । ଦିଲ୍ଲୀର ଐତିହାସିଲ ଲାଲକିଲ୍ଲାରେ ଅନୁଷ୍ଠିତ ଏକ ବୈଠକରେ ଆନୁଷ୍ଠାନିକ ଭାବେ ଏହି  ଘୋଷଣା ହୋଇଛି । ଦୀପାବଳି ଭାରତୀୟ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହାକୁ ଦେଶ ଧୁମଧାମରେ ପାଳନ କରିଥାଏ । ଏହାକୁ ସଂଯୁକ୍ତ ରାଷ୍ଟ୍ରର ସଂସ୍ଥା ୟୁନେସ୍କୋ ତାର ଅମୃତ ସାଂସ୍କୃତିକ ସୂଚୀରେ ସାମିଲ କରିଛି । ଭାରତର ୧୫ଟି ସାଂସ୍କୃତିକ ପରମ୍ପରା ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଯେଉଁଥିରେ କୁମ୍ଭମେଳା, କୋଲକାତାର ଦୁର୍ଗା ପୂଜା, ଗୁଜରାଟର ଗରବା ନୃତ୍ୟ, ଯୋଗ, ପୋଙ୍ଗଲ, ବୈଶାଖୀ ଏବଂ ରାମଲୀଳା ପରି ପର୍ବ ଅନ୍ତର୍ଭୁକ୍ତ ହୋଇଛି । ୟୁନେସ୍କୋର ଏହି ପଦକ୍ଷେପକୁ ପ୍ରଶଂସା କରିଛି ଭାରତ ।

​​​​​​​



https://t.co/JxKEDsv8fT


ୟୁନୋସ୍କୋର ଏହି ଘୋଷଣା ପରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି,''ଭାରତ ଏବଂ ବିଶ୍ୱର ଲୋକମାନେ ଏହି ଖବର ପାଇଁ ଉତ୍ସାହିତ ଏବଂ ଗର୍ବିତ । ଆମ ପାଇଁ ଦୀପାବଳି କେବଳ ଏକ ପର୍ବ ନୁବେଁ ବରଂ ଆମର ସଂସ୍କୃତି ଏବଂ ମୂଲ୍ୟବୋଧ ସହିତ ଗଭୀର ଭାବେ ଜଡ଼ିତ । ଏହା ଆମର ସଭ୍ୟତାର ଆତ୍ମା । ଏହା ଆଲୋକ ଏବଂ ଧାର୍ମିକତାର ପ୍ରତୀକ । ୟୁନେସ୍କୋ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳିର ଅନ୍ତର୍ଭୂକ୍ତ ଏହି ପର୍ବକୁ ବିଶ୍ୱ ସ୍ତରରେ ଆହୁରି ଲୋକପ୍ରିୟ କରିବ । ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଆମକୁ ସର୍ବଦା ମାର୍ଗଦର୍ଶନ କରି ଚାଲିବ ।''

ସେହିପରି ଏହି ପଦକ୍ଷେପକୁ ସ୍ୱାଗତ କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତ୍ କହିଛନ୍ତି, ଏହି ମହୋତ୍ସହ ଭାରତୀୟଙ୍କ ପାଇଁ ଗଭୀର ଭାବପ୍ରବଣ ଏବଂ ପିଢି ପରେ ପିଢି ପର୍ବ ରହି ଆସିଛି । ନିଶ୍ଚିତ କରିବା ଯେ ଦୀପାବଳି ସର୍ବଦା ଜୀବନ୍ତ ଐତିହ୍ୟ ହୋଇ ରହିବ ।