ବେଙ୍ଗାଲୁର,୧୮।୬:  କର୍ଣ୍ଣାଟକ ବିଧାନ ପରିଷଦ (ଏଏଲସି)ର ୭ଟି ଆସନରେ ଗୁରୁବାର ହୋଇଥିବା ଭୋଟିଂ ଫଳାଫଳ ସାମନାକୁ ଆସିଛି। ଗୁରୁବାର ଶାସକ କଂଗ୍ରେସ ସାତଟି ବିଧାନ ପରିଷଦ ଆସନ ମଧ୍ୟରୁ ପାଞ୍ଚଟିରେ ବିଜୟୀ ହୋଇଥିବା ବେଳେ ବିରୋଧୀ ବିଜେପି ଦୁଇଟିରେ ବିଜୟୀ ହୋଇଛି ବୋଲି ସରକାରୀ ସୂତ୍ର କହିଛି। ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ନେତୃତ୍ବରେ କଂଗ୍ରେସ ୫ଟି ଆସନ ଜିତିଛି, ସେଭଳି ସଂଖ୍ୟା ହିସାବରୁ ଚାରୋଟିରେ ଜିତିବା ସୁନିଶ୍ଚିତ ଲାଗୁଥିଲା। ଏକ ଅତିରିକ୍ତ ଆସନରେ ପାର୍ଟିର ପ୍ରାର୍ଥୀକୁ ଓହ୍ଲାଇ ଦଳ ଜିତିଛି। ଡିକେ ଶିବକୁମାର ଏହି ବିଜୟ ପାଇଁ କରିଥିଲେ ଗେମ୍ ପ୍ଲାନ୍। ସେ ବିଜେପିରୁ ବାହାର କରାଯାଇଥିବା ତିନି ବିଧାୟକଙ୍କ ଭିତରୁ ଦୁଇ ଜଣ ଟି ମୋସଶେଖର ଓ ଶିବରାମ ହେବାରଙ୍କୁ କ୍ରସ ଭୋଟ୍ କରି କଂଗ୍ରେସ ସପକ୍ଷରେ ଭୋଟ ପକାଇଥିଲେ। ଭୋଟିଂ ଶେଷ ହେବାପରେ ଦୁହେଁ କହିଛନ୍ତି , ସେ ନିଜ ଅନ୍ତରଆତ୍ମାର କଥା ଶୁଣି ଭୋଟ୍।

କର୍ଣ୍ଣାଟକ ବିଧାନସଭାର ସଦସ୍ୟ ବିଧାନସୌଧରେ ହୋଇଥିବା ନିର୍ବାଚନରେ ମତଦାନ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ କହିବା ଅନୁସାରେ, ଭୋଟ ଗଣତି ସଂନ୍ଧ୍ୟା ୫ଟା ବେଳେ ଆରମ୍ଭ ହୋଇଥିଲା। ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ଭିତରେ କଂଗ୍ରେସର ଥିପ୍ପନପ୍ପା କାମକନୁର, ପିଭି ମୋହନ, ବିକେ ହରିପ୍ରସାଦ(ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ), ଶିବନ୍ନା ବିଏସ୍ ଓ ବିନୟ କାର୍ତ୍ତିକ ପ୍ରକାଶ ତଥା ବିଜେପିର ଲିଙ୍ଗରାଜ ପାଟିଲ ଓ ରଘୁ ଆର ଏବଂ ଜଦ୍ (ଏସ୍)ର ଗୋବିନ୍ଦରାଜୁ ସାମିଲ ଅଛନ୍ତି।

ଟିଏସ୍ ସୋମଶେଖର କହିଛନ୍ତି ସେ କଂଗ୍ରେସକୁ ଭୋଟ ଦୋଇଛନ୍ତି। ସେ କହିଛନ୍ତି ସେ ନିଜ ନିର୍ବାଚନ କ୍ଷେତ୍ରର ବିକାଶ ପାଇଁ କଂଗ୍ରେସକୁ ଭୋଟ ଦେଇଛି। ସୋମଶେଖର କହିଛନ୍ତି, ମୁଁ ନିଜ ନିର୍ବାଚନ କ୍ଷେତ୍ରର ବିକାଶକୁ ସୁନିଶ୍ଚିତ କରିବା ପାଇଁ କଂଗ୍ରେସକୁ ଭୋଟ ଦେଇଛି। ମୁଁ ଆରମ୍ଭରୁ ଏହା ଧାର୍ଯ୍ୟ କରିନଥିଲି ଯେ, କୌଣସି ଦଳର ପ୍ରାର୍ଥିୀକୁ ସମର୍ଥନ କରିବି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି କିଏ ଆପଣଙ୍କ ସହ ଯୋଗାଯୋଗ କରୁଛି। ନା ବିଜେପି କିମ୍ବା ଜେଡି(ଏସ୍) କେହି ମୋର ସମର୍ଥନ ମାଗିନଥିଲେ। ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ନା ମୋତେ ଫୋନ୍ କରିଥିଲେ କିମ୍ବା ରିସୋର୍ଟରେ ହେବାକୁ ଥିବା ବୈଠକ ପାଇଁ ଡକାଇଥିଲେ, ଯେଉଁଥିରେ ମୁଁ ସାମିଲ ହୋଇଥିଲା।

ଜୁନ୍ ୩୦ରେ ସାତ ଜଣ ବିଧାନ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଏହି ନିର୍ବାଚନ ଜରୁରୀ ହୋଇପଡ଼ିଥିଲା। ଏଥିରେ କଂଗ୍ରେସରୁ ନାସିର ଅହମ୍ମଦ, ଟିପ୍ପାନ୍ନାପ୍ପା ଏବଂ ବି.କେ. ହରିପ୍ରସାଦ, ବିଜେପିରୁ ଏନ. ନାଗରାଜୁ (ଏମଟିବି), ପ୍ରତାପ ଏସ. ନାୟକ କେ, ଏବଂ ସୁନୀଲ ଭାଲ୍ୟାପୁର ଏବଂ ଜେଡି(ଏସ)ରୁ ଗୋବିନ୍ଦରାଜୁ ରହିଛନ୍ତି।