ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଡିଏମ୍‌କେର ବିବାଦୀୟ ଭାରତ ମାନଚିତ୍ର, ଅକ୍ସାଇ ଚୀନ୍‌ ଓ ପିଓକେ ଗାୟବ

Published By : Prameya | October 25, 2024 10:24 AM

ଚେନ୍ନାଇ,୨୫/୧୦: ତାମିଲନାଡୁର ଶାସକ ଡିଏମ୍‌କେ  ବିରୋଧରେ ବିଜେପି ଦେଶଦ୍ରୋହର ଅଭିଯୋଗ ଆଣିଛି । ତାର କାରଣ ହେଉଛି ଡିଏମ୍‌କେର ଏନ୍‌ଆରଆଇ ଶାଖା ପକ୍ଷରୁ ନିଜ ସୋସିଆଲ ମିଡିଆ ଏକ୍ସରେ ଭାରତର ମାନଚିତ୍ର ପ୍ରକାଶ କରାଯାଇଛି । ଯେଉଁଥିରେ  ଅକ୍ସାଇ ଚୀନ୍‌ ଓ ପିଓକେ ଗାୟବ ରହିଛି । ଏହାକୁ ନେଇ ବିବାଦ ବଢ଼ିବା  ପରେ ଡିଏମ୍‌କେ ପକ୍ଷରୁ ଉକ୍ତ ମାନଚିତ୍ରକୁ ସୋସିଆଲ ମିଡିଆରୁ  ହଟାଇ ଦିଆଯାଇଛି । ଏହା ପୂର୍ବରୁ ତାମିଲନାଡୁ ବିଜେପି ପକ୍ଷରୁ ଏକ୍ସରେ  ଲେଖାଯାଇଥିଲା କି ବିଚ୍ଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ଦେବା ଠାରୁ ଆରମ୍ଭ କରି ଉତ୍ତର-ଦକ୍ଷିଣ ବିଭାଜନ କଥା କହି ଅଶାନ୍ତି ସୃଷ୍ଟି କରିବା ଏବଂ  ଇସ୍ରୋ ରକେଟରେ ଚୀନ୍‌ ପତାକା ଲଗାଇବା ପର୍ଯ୍ୟନ୍ତ ଲଜ୍ଜାଜନକ ଘଟଣା ଭିଆଇବା ଭଳି ଘଟଣା ଡିଏମ୍‌କେର ଭାରତ ବିରୋଧୀ ଗତିବିଧି  ଆମେ ଦେଖିଆସିଛୁ । ବର୍ତ୍ତମାନ ଡିଏମ୍‌କେ ଭାରତର ଭୁଲ ମାନଚିତ୍ର  ପ୍ରଦର୍ଶନ କରିଛି । ସେଥିପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ  କ୍ଷମା ମାଗନ୍ତୁ ବୋଲି ରାଜ୍ୟ ବିଜେପି ନେତା ଏଚ୍‌ ରାଜା ଦାବି କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.