ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଏହି ଦିନ ପଡୁଛି ଅଁଳା ଏକାଦଶୀ, ଜାଣନ୍ତୁ କିପରି କରିବେ ଭଗବାନ ବିଷ୍ଣୁଙ୍କ ଆରାଧନା

Published By : Harapriya Sethi | March 9, 2025 2:45 PM

ଚଳିତ ବର୍ଷ ୨୦୨୫ ମାର୍ଚ୍ଚ ୧୦ ତାରିଖରେ ଫାଲଗୁନ ମାସର ଶୁକ୍ଳ ପକ୍ଷ ଏକାଦଶୀରେ ଅଁଳା ଏକାଦଶୀ ବ୍ରତ ପାଳନ କରାଯିବ। ଏହାକୁ ଅଁଳା ଏକାଦଶୀ କୁହାଯାଇଥାଏ । ଏହି ଏକାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କ ସହିତ ଅଁଳା ଗଛ ପୂଜା କରିବାର ମହତ୍ତ୍ୱ ରହିଛି । ଧାର୍ମିକ ଏବଂ ପୌରାଣିକ କାହାଣୀ ଅନୁସାରେ, ଯେତେବେଳେ ଭଗବାନ ବିଷ୍ଣୁ ବ୍ରହ୍ମାଣ୍ଡ ସୃଷ୍ଟି କରୁଥିଲେ, ସେତେବେଳେ ଅଁଳା ଗଛ ମଧ୍ୟ ଆବିର୍ଭାବ ହୋଇଥିଲା । ତେଣୁ ହିନ୍ଦୁ ଧର୍ମରେ, ତୁଳସୀ ଏବଂ ଅଶ୍ୱତଥ୍‌ ଗଛ ଭଳି ଅଁଳାକୁ ମଧ୍ୟ ଏକ ଶୁଭ ଏବଂ ସୌଭାଗ୍ୟଶାଳୀ ଗଛ ଭାବରେ ବିବେଚନା କରାଯାଏ । ଆସନ୍ତୁ ଜାଣିବା ଅଁଳା ଏକାଦଶୀରେ କେଉଁ କେଉଁ କାମ କରିବା ଉଚିତ ଏବଂ କେଉଁ ନିୟମ ପାଳନ କରିବା ଉଚିତ।

ଅଁଳା ଏକାଦଶୀରେ ଭଗବାନ ହରିଙ୍କ ସହିତ, ଅଁଳା ଗଛକୁ ମଧ୍ୟ ପୂଜା କରନ୍ତୁ । ଏହା ସହିତ ଅଁଳାରୁ ତିଆରି ଜିନିଷ ଖାଆନ୍ତୁ। କିନ୍ତୁ ଭୁଲରେ ବି ମାଂସ, ମଦ୍ୟପାନ, ପିଆଜ, ରସୁଣ, ଲଙ୍କା ଏବଂ ଭାତ ଖାଆନ୍ତୁ ନାହିଁ । ଅଁଳା ଏକାଦଶୀରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସମୟରେ, ତାଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ । କିନ୍ତୁ ଏକାଦଶୀ ଦିନ ତୁଳସୀ ପତ୍ର ଗଛରୁ ଛିଣ୍ଡାନ୍ତୁ ନାହିଁ । ପୂଜା ପାଇଁ ଆପଣ ପୂର୍ବରୁ ତୁଳସୀ ପତ୍ର ଛିଣ୍ଡାଇବା ରଖିବା ଉଚିତ ।

ଯଦି ଆପଣ ଏକାଦଶୀ ଉପବାସ କରୁଛନ୍ତି, ତେବେ ଏହି ଦିନ ନିଜ ମନରେ କାହା ପ୍ରତି ଖରାପ ଚିନ୍ତାଧାରା କିମ୍ବା ଧାରଣା ଆଣିବା ଉଚିତ୍ ନୁହେଁ । ଏହା ସହିତ, ଉପବାସ ସମୟରେ ଯୁକ୍ତିତର୍କ ଏବଂ କ୍ରୋଧରୁ ଦୂରରେ ରୁହନ୍ତୁ । ଅଁଳା ଏକାଦଶୀ ଦିନ କେଶ କିମ୍ବା ନଖ ଇତ୍ୟାଦି କାଟନ୍ତୁ ନାହିଁ । ଯେଉଁମାନେ ଏକାଦଶୀ ବ୍ରତ ପାଳନ କରୁଛନ୍ତି, ସେମାନେ ଏହି ଦିନ ସ୍ନାନ କରିବା ସମୟରେ ସାମ୍ପୁ କିମ୍ବା ସାବୁନ ବ୍ୟବହାର ନକରି ସାଦା ପାଣିରେ ସ୍ନାନ କରିବା ଉଚିତ । ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହେବେ ଏବଂ ଆପଣଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତ ହେବ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.