ଭୁବନେଶ୍ୱର ୨୧/୧୧: ମୋସାମ୍ବି ଜୁସ୍ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର । କିନ୍ତୁ ଅନେକ ସମୟରେ ଏହି ଜୁସର ସ୍ୱାଦ ଖୁବ୍ କଡା ହୋଇଥାଏ । ଚାଲନ୍ତୁ ଜାଣିବା କଡା ମୋସାମ୍ବି ଜୁସ୍ ପିଇଲେ କଣ ହୁଏ?

ଏହା ଖୁବ୍ ସ୍ୱାସ୍ଥ୍ୟପ୍ରଦ ଓ ସ୍ୱାଦିଷ୍ଟ ଫଳ, ଯାହାକୁ ଗରମ ଦିନେ ଅଧିକ ଖାଇଥାନ୍ତି । କୌଣସି ବ୍ୟକ୍ତି ଦୁର୍ବଳ ଅନୁଭବ କଲେ ତାକୁ ମୋସାମ୍ବି ଜୁସ୍ ପିଇବାକୁ ପରାମର୍ଶ ଦିଆଯାଇଥାଏ । ଏହାକୁ ନିୟମିତ ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ଏହାକୁ ନିୟମିତ ଡାଏଟରେ ସାମିଲ୍ କରିବା ଦ୍ୱାରା ଶରୀର କେବଳ ସତେଜ ଅନୁଭବ କରିନଥାଏ, ବରଂ ଅନେକ ପୋଷକ ତତ୍ତ୍ୱର ଅଭାବ ଦୂର ହୋଇଥାଏ । ଅନେକ ସମୟରେ ଏହି ଜୁସ୍ ଖୁବ୍ କଡା ଅନୁଭବ ହୋଇଥାଏ, ଯାହାକୁ ପିଇବାକୁ ପ୍ରାୟ ଲୋକ ଡରିଥାନ୍ତି । ଏହା କେବଳ ପାଟିର ସ୍ୱାଦ ବଦଳାଇ ନଥାଏ, ବରଂ ଶରୀର ପାଇଁ ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରିଥାଏ । ପ୍ରାୟ ଲୋକ ଏ ବିଷୟରେ ଜାଣି ନଥାନ୍ତି । ଚାଲନ୍ତୁ ଅଧିକ ଜାଣିବା ଡାଏଟିସିଆନ୍ ରକ୍ଷତାଙ୍କଠାରୁ...

ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ :

ରକ୍ଷତାଙ୍କ ଅନୁସାରେ ମୋସାମ୍ବି ସ୍ୱଭାବତଃ ମିଠା ହୋଇଥାଏ । କିନ୍ତୁ ଏହାର ଚୋପା, ମଞ୍ଜି ଓ ପଲ୍ରେ ପ୍ରାକୃତିକ ରସାୟନ ମିଳିଥାଏ, ଯାହା ରସରେ କଡାପଣ ଆଣିଥାଏ । ବିଶେଷକରି ଜୁସ୍ କରିବା ସମୟରେ ମଞ୍ଜି ପଡିଯିବା ଯୋଗୁ କିମ୍ବା ଫଳରୁ ଚୋପା ଛଡାଇବା ପରେ ଏହାକୁ ଦୀର୍ଘ ସମୟ ଯାଏ ରଖିବା ଆଦି କାରଣରୁ ଜୁସରେ କଡା ପଣ ଆସିଥାଏ । ଯେପରିକି …

ସ୍ୱାଦ ଖରାପ ଲାଗିବା ସାଙ୍ଗକୁ ପାଟି ବିଗିଡିଯାଏ : କଡା ମୋସାମ୍ବି ଜୁସ୍ ପିଇବା ପରେ ପାଟିରେ ସ୍ୱାଦର କଡାପଣ ଦୀର୍ଘ ସମୟ ଯାଏ ରହିଥାଏ । ମଞ୍ଜିରେ ଥିବା ଲିମୋନିନ୍ ନାମକ ଯୌଗିକ କାରଣରୁ ଜୁସର କଡାପଣ ଆସିଥାଏ । ଏହି କଡାପଣ ଅନେକ ସମୟ ଯାଏ ପାଟିର ସ୍ୱାଦକୁ ବିଗାଡି ଦେଇଥାଏ ।

ପାଚନ ତନ୍ତ୍ରରେ ପ୍ରବାହ : ଏଭଳି ଜୁସକୁ ସାମାନ୍ୟ ମାତ୍ରାର ପିଇବା କ୍ଷତିକାରକ ନୁହେଁ । କିନ୍ତୁ କିଛି ଲୋକ ଏହାକୁ ପିଇବା ଦ୍ୱାରା ପାଚନ ତନ୍ତ୍ରରେ ଏସିଡ୍ ବଢିଯାଇଥାଏ । ଫଳରେ ହାଲକା ପେଟ ଯନ୍ତ୍ରଣା, ଗ୍ୟାସ୍, ବ୍ଲୋଟିଂ, ଖଟା ହାକୁଟି ଆଦି ସମସ୍ୟା ଉପୁଜିଥାଏ ।

ବ୍ୟସ୍ତ ଲାଗିବା ସହ ବାନ୍ତି ସମସ୍ୟା : ଯଦି ଏହି ଜୁସକୁ ଅଧିକ ମାତ୍ରାରେ ପିଅନ୍ତି, ତେବେ ଶରୀର ଏହାକୁ ସହଜରେ ଗ୍ରହଣ କରିପାରେନା । ଫଳରେ ମନ ବ୍ୟସ୍ତ ଲାଗିବା ସହ ବାନ୍ତି ହେବା ପରି ସ୍ଥିତି ଉପୁଜିଥାଏ ।

ଆଲର୍ଜି କିମ୍ବା ସମ୍ବେଦନଶୀଳ ବ୍ୟକ୍ତିଠାରେ ପ୍ରତିକ୍ରିୟା : କିଛି ଲୋକଙ୍କଠାରେ ଖଟାଫଳଜନିତ ଆଲର୍ଜି ବା ସମ୍ବେଦନଶୀଳତା ରହିଥାଏ । ସେମାନେ ଏପରି କଡା ଜୁସ୍ ପିଇବା ଦ୍ୱାରା ଆଲର୍ଜି ପରି ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ । ତେଣୁ ଯଥାସମ୍ଭବ ଏପରି ଜୁସଠାରୁ ଦୂରେଇ ରହିବା ଭଲ ।