ପ୍ରମୂଖ ଖବର
  • Women's Triseries IND VS SRI; ସ୍ମୃତିଙ୍କ ଶତକୀୟ ପାଳି, ଶ୍ରୀଲଙ୍କାକୁ ୩୪୩ରନ୍‌ର ଟାର୍ଗେଟ
  • ||
  • ଏବେ ବି ଜାରି ଅପରେସନ୍ 'ସିନ୍ଦୂର', ଭାରତୀୟ ବାୟୁସେନା ଦେଲା ବଡ଼ ସୂଚନା
  • ||
  • ବଲାଙ୍ଗୀର : ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ, ପିଏମ୍‌ଙ୍କ ବାସ ଭବନ ପ୍ରତିରକ୍ଷା ମନ୍ତ୍ରୀ, ଏନ୍ଏସଏଙ୍କ ସମେତ ସିଡିଏସ
  • ||
  • ମୟୂରଭଞ୍ଜ : ବିଲରୁ ନବଜାତକର ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ସୁନ୍ଦରଗଡ଼ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ପୋଡ଼ୋଶୀକୁ କଟୁରୀରେ ହାଣି ହତ୍ୟା
  • ||
  • ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ,ସିବିଏସ୍‌ଇ ଦଶମ, ଦ୍ୱାଦଶ ଫଳ ବି ପ୍ରକାଶ ପାଇବ
  • ||
  • ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼
  • ||
  • ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି
  • ||
  • ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର
  • ||
  • ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ
  • ||
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

ଆପଣଙ୍କୁ ବି ଖାଇବାର କିଛି ସମୟ ପରେ ଭୋକ ଲାଗୁଛି କି? ହୋଇଯାଆନ୍ତୁ ସାବଧାନ...

Published By : prameya | April 24, 2025 3:03 PM

ଆପଣଙ୍କୁ ବି ଖାଇବାର କିଛି ସମୟ ପରେ ଭୋକ ଲାଗୁଛି କି? ଯଦି ହଁ ତେବେ ସାବଧାନ ହୋଇଯାଆନ୍ତୁ । ଯଦି ଖାଇବା ପରେ ବାରମ୍ବାର ଭୋକ ଲାଗୁଛି ତେବେ ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ ବୋଲି ବିଶେଷଜ୍ଞଙ୍କ ମତ । ଡାଏଟିସିଆନଙ୍କ ଅନୁଯାୟୀ,ଆମ ଶରୀରରେ ଲେପ୍ଟିନ୍ ନାମକ ଏକ ହରମୋନ୍ ଅଛି । ଯାହା ଆମ ମସ୍ତିଷ୍କକୁ ସଙ୍କେତ ଦେଇଥାଏ ଆମ ପେଟରେ ଖାଦ୍ୟ ଅଛି ନା ନାହିଁ । ଯଦି ଶରୀରରେ ପ୍ରୋଟିନ୍ ଏବଂ ଫାଇବରର ଅଭାବ ଥାଏ,ତେବେ ପେଟରେ ଖାଦ୍ୟ ଅଛି ନା ନାହିଁ ସେହି ସଙ୍କେତ ମତିଷ୍କଙ୍କୁ ମିଳେ ନାହିଁ । 

କମ୍ ଖାଦ୍ୟ ଖାଇବା:ଅନେକ ଲୋକ ଆଜିର ଦିନରେ ଡାଏଟ ପାଇଁ କମ ଖାଦ୍ୟ ଗ୍ରହଣ କରୁଛନ୍ତି । କୁହାଯାଏ ଯେ ଶରୀରରେ ଷ୍ଟ୍ରେଚ୍ ରିସେପ୍ଟର ଅଛି ଯାହା ଅନୁମାନ କରିପାରେ ଆପଣଙ୍କ ପେଟ ପୂର୍ଣ୍ଣ ଅଛି କି ନାହିଁ ।  ଯଦି ପେଟ ପୂର୍ଣ୍ଣ ଅନୁଭବ ନହୁଏ, ତେବେ ଏହା ମସ୍ତିଷ୍କକୁ ସଙ୍କେତ ପଠାଏ ଖାଦ୍ୟ ଗ୍ରହଣ ପାଇଁ। ତେଣୁ,ଆମର ପେଟ ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଆମେ ଖାଇବା ଜାରି ରଖୁ।

କମ୍‌ ଫାଇବର ଯୁକ୍ତ ଖାଦ୍ୟ: କମ୍ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଭୋକର କାରଣ ହୋଇପାରେ । କୁହାଯାଏ ଯେ,ଫାଇବର ଯୁକ୍ତ ଖାଦ୍ୟ ହଜମ କରିବାକୁ ଅଧିକ ସମୟ ନେଇଥାଏ,ଯାହା ଆପଣଙ୍କୁ ଅଧିକ ସମୟ ପାଇଁ ପେଟ ପୂର୍ଣ୍ଣ ଥିବା ଅନୁଭବ କରାଇଥାଏ । ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣର ଫାଇବର ନଥାଏ, ତେବେ ବାରମ୍ବାର ଭୋକ ଲାଗିଥାଏ। 

ହରମୋନାଲ ଅସନ୍ତୁଳନ:ସେହିପରି ଆମ ଶରୀରରେ ଲେପ୍ଟିନ ନାମକ ହରମୋହନ ରହିଛି । ଏହା ମସ୍ତିଷ୍କକୁ ସଙ୍କେତ ଦେଇଥାଏ ଯେ ପେଟ ପୂର୍ଣ୍ଣ ଅଟେ । ଯଦି ଏହା ଶରୀରେ କମ ଥାଏ ତେବେ ଆପଣ ଯେତେ ଖାଆନ୍ତୁ ନା କାହିଁକି ବାରମ୍ବାର ଭୋକ ଲାଗିବ। ଏହା ବ୍ୟତୀତ ଏହା ଓଜନକୁ ନିୟନ୍ତ୍ରଣରେ ରଖିବ ନାହିଁ । 

ପ୍ରୋଟିନ୍ ଅଭାବ:ଶରୀରରେ ଅଧିକ ପ୍ରୋଟିନ୍,କମ୍ କାର୍ବୋହାଇଡ୍ରେଟ୍ ଏବଂ ଚର୍ବି ଆବଶ୍ୟକ ରହିଛି । କୁହାଯାଏ ଶରୀରରେ ଗ୍ଲୁକାଗନ୍ ପରି ହରମୋନ୍ ତିଆରି ପାଇଁ ପ୍ରୋଟିନ୍ ଆବଶ୍ଯକ । ଏହି ହରମୋନ ସେତେବଳେ କାର୍ଯ୍ୟ କରେ ଯେତେବେଳେ ସେଗୁଡିକ ପର୍ଯ୍ୟାପ୍ତ ହୁଏ । ଯେଉଁଥିପାଇଁ ପେଟ ପୂର୍ଣ୍ଣ ଅନୁଭବ କରେ ଏବଂ ଭୋକଲାଗେ ନାହିଁ ।ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ନ ମିଳେ,ଆପଣ ଯେତେ ଖାଆନ୍ତୁ ନା କାହିଁକି, ବାରମ୍ବାର ଭୋକ ଅନୁଭବ କରିବେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.