ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଡିନାମାଇଟ୍‌ ବିସ୍ଫୋରଣରେ ଧ୍ୱଂସସ୍ତୂପରେ ପରିଣତ ହେଲାଣି ଡୋକରି ପାହାଡ଼, ଉଜୁଡିଲାଣି ସବୁଜିମା: ୭ଟି ଗାଁର ଆଦିବାସୀଙ୍କ ଜୀବନଜୀବିକା ବିପନ୍ନ

Published By : Prameya | December 16, 2024 2:45 PM

କୋକସରା, ୧୬/୧୨: ଦିନରାତି ଫୁଟୁଛି ଡିନାମାଇଟ୍‌ । କ୍ଷଣିକରେ ଛିନ୍‌ଛତ୍ର ହୋଇଯାଉଛି  ବିଶାଳକାୟ ପଥର । ଡୋକରି ପାହାଡ଼ ଛାତିକୁ କୋରି ମାଲାମାଲ୍‌ ହେଉଛନ୍ତି ବ୍ୟବସାୟୀ । ପ୍ରଶାସନ କ୍ରସର ୟୁନିଟ୍‌କୁ ଅନୁମତି ଦେଇ ନିଶ୍ଚିନ୍ତ ହୋଇଯାଇଛି ।  ହେଲେ ବିରଳ ବନ୍ୟପ୍ରାଣୀ ଓ ଔଷଧୀୟ ବୃକ୍ଷରାଜିର  ଭଣ୍ଡାର ଏହି ପାହାଡ଼ ଯେ ଏବେ ଶ୍ରୀହୀନ ତାହା କାହା  ଆଖିରେ ପଡୁନି । କେବଳ ଏତିକି ନୁହେଁ, ପାହାଡ଼  ପାଦ ଦେଶରେ ରହୁଥିବା ୭ଖଣ୍ଡ ଗାଁର ଆଦିବାସୀଙ୍କ  ଜୀବନଜୀବିକା ମଧ୍ୟ ସଙ୍କଟରେ ପଡ଼ିଛି ।   

କଳାହାଣ୍ଡି ଜିଲ୍ଲାର କୋକସରା ଓ ଜୟପାଟଣା  ବ୍ଲକ୍‌ ସୀମାରେ ରହିଛି ଡୋକରି ପାହାଡ଼ । ପାହାଡ଼  ପାଦଦେଶରେ ରହୁଥିବା ଗାଁଲୋକେ ଜଙ୍ଗଲରୁ  ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ  ମେଣ୍ଟାଇଥାଆନ୍ତି । ବର୍ଷ ବର୍ଷ ଧରି ଅଞ୍ଚଳର  ଆଦିବାସୀଙ୍କୁ ଏହି ପାହାଡ଼ ଜୀବିକା ଦେଇଛି ।  ଶିଖରରେ ଅଞ୍ଚଳବାସୀଙ୍କ ଅରାଧ୍ୟା ଡୋକରି ଦେବୀ  ପୂଜା ପାଉଛନ୍ତି । ସେମାନଙ୍କ ବିଶ୍ୱାସ, ମା’ଙ୍କ କୃପାରୁ  ଆଖପାଖର ଗ୍ରାମବାସୀ ସୁଖ ଶାନ୍ତିରେ ରହିଛନ୍ତି ।  ହେଲେ ସେମାନଙ୍କ ଆସ୍ଥାର ପ୍ରତୀକ, ସେମାନଙ୍କ  ଜୀବନଜୀବିକାର ଉତ୍ସ ଡୋକରି ପାହାଡ଼ର ଅବସ୍ଥା  ଏବେ ବିପନ୍ନ । ପଥର ଉତ୍ତୋଳନ ପାଇଁ ପ୍ରଶାସନ  କେତେକ ଘରୋଇ ସଂସ୍ଥା ହାତରେ ପାହାଡ଼କୁ ଟେକି  ଦେଇଛି । ପଥର ଖନନ ପାଇଁ ଡିନାମାଇଟ ବିସ୍ଫୋରଣ  ଯୋଗୁ ସମଗ୍ର ଅଞ୍ଚଳ ଥରହର ହେଉଥିବା ବେଳେ  ପାହାଡ଼ ଶ୍ରୀହୀନ ହୋଇଗଲାଣି ।  

କୋକସରା ବ୍ଲକ କାଶୀବାହାଲ ପଞ୍ଚାୟତର  ଶହେ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଡୋକରି  ପାହାଡ଼ । ଏହାର ପାଦଦେଶରେ କାଶୀବାହାଲ,  ଡୋକରିପଡା, ଜଲତାମୁଣ୍ଡା, ମଧୁପୁର, ମାତେଲଗୁଡା,  ଆମପଡ଼ା ଓ କେନାଲପଡ଼ା ଆଦି ସାତୋଟି ଗାଁ ରହିଛି ।  ସ୍ଥାନୀୟ ଲୋକଙ୍କ କହିବା କଥା, ପାହାଡ଼ ଆଖପାଖ ଅଞ୍ଚଳ  ଏକଦା ଘଞ୍ଚ ଜଙ୍ଗଲ ଓ ସବୁଜିମାରେ ପରିପୂର୍ଣ୍ଣ ଥିଲା । 

ସେଠାରେ ବହୁ ବିରଳ ବନ୍ୟପ୍ରାଣୀ ରହୁଥିଲେ ।  କ୍ରମଶଃ ଜଙ୍ଗଲ ଅବକ୍ଷୟ ବନ୍ୟଜନ୍ତୁ ଦୁର୍ଲଭ ହେବାରେ  ଲାଗିଛନ୍ତି । ସେହିଭଳି ପାହାଡ଼ରେ ବିଭିନ୍ନ ଔଷଧୀୟ  ବୃକ୍ଷ ଓ ଗୁଳ୍ମ ରହିଛି । ଯାହାକି ଆଦିବାସୀଙ୍କୁ ଜୀବିକା ଯୋଗାଇଥାଏ । ମାତ୍ର ଡୋକରିର ଜୈବ ବିବିଧତା  ଓ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକାକୁ ଅଣଦେଖା  କରି ପ୍ରଶାସନ ଏହାକୁ ଟେକି ଦେଇଛି ବେପାରୀଙ୍କ  ହାତରେ । ଏବେ ପାହାଡ଼କୁ ଘେରି ୪ଟି କ୍ରସର ୟୁନିଟ ରହିଛି । ଦିନରାତି ପାହାଡ଼ରେ ବ୍ଲାଷ୍ଟିଂ କରି  ପଥର ଉତ୍ତୋଳନ କରାଯାଉଛି । ପଥର ପରିବହନ  ପାଇଁ ମେସିନ ଲାଗିଛି । ପାହାଡ଼ ଛାତିରେ କ୍ରମଶଃ  ବିରାଟ ଗର୍ତ୍ତ ସବୁ ସୃଷ୍ଟି ହୋଇଛି, ଯାହାକି ଖଣିର  ଭ୍ରମ ସୃଷ୍ଟି କରୁଛି । ବିସ୍ଫୋରଣ ଯୋଗୁ ବନ୍ୟଜନ୍ତୁ ଆଉ  ଦେଖିବାକୁ ମିଳୁନାହାନ୍ତି । ଆଖପାଖର ଗ୍ରାମବାସୀ  ମଧ୍ୟ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଗ୍ରାମବାସୀ  ଅଣନିଃଶ୍ୱାସୀ ହୋଇ ପାହାଡ଼ର ସୁରକ୍ଷା ପାଇଁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।  ମାତ୍ର କେହି ଶୁଣୁ ନ ଥିବା ସେମାନେ ଅଭିଯୋଗ  କରିଛନ୍ତି ।  

ଉଲ୍ଲେଖଯୋଗ୍ୟ, ଡୋକରି ପାହାଡ଼ ଉପରେ  ନୂଆପଡ଼ା, ସାରଙ୍ଗପଡ଼ା, ସିର୍ଲିଗୁଡ଼ା, ମଧୁପୁର,  କେନାଲପଡ଼ା ଗ୍ରାମବାସୀଙ୍କ ଆସ୍ଥାର ପ୍ରତୀକ ଡୋକରି  ଦେବୀଙ୍କ ଆସ୍ଥାନ । ପ୍ରତିବର୍ଷ ଚୈତ୍ର ମାସରେ  ସେଠାରେ ମା’ଙ୍କ ବାର୍ଷିକ ଯାତ୍ରା ହୋଇଥାଏ । ହଜାର  ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ମାତ୍ର  ବ୍ୟାପକ ପଥର ଖନନ ଯୋଗୁ ଦେବୀଙ୍କ ଆସ୍ଥାନ ଏବେ  ବିପଦରେ । ଅଞ୍ଚଳର ଜୈବ ବିବିଧତାର ସୁରକ୍ଷାକୁ 

ପ୍ରଶାସନ ଅଣଦେଖା କରି ଚାଲିଥିବାବେଳେ ଏହାର ପ୍ରତିକାର ପାଇଁ ଅଣ୍ଟା ଭିଡ଼ିଛି କାଶୀବାହାଲ ଗ୍ରାମ୍ୟ  କମିଟି । ସଭାପତି କିଶୋର ଚନ୍ଦ୍ର ନାଏକ, ସମ୍ପାଦକ  ଲୋକନାଥ ଚଣ୍ଡୀ, କୋଷାଧ୍ୟକ୍ଷ ଚମ୍ପେଶ୍ୱର ଚଳାନ,  ଜଳନ୍ଧର ପାଳି, ଅଭିମନ୍ୟୁ ପାଳି, ମହେନ୍ଦ୍ର ଚଣ୍ଡୀ,  ରିକିରାମ ଶବର, ଡୋକରି ଦେବୀଙ୍କ ପୂଜକ ବିକ୍ରମ  ପୂଝାରୀଙ୍କ ଆହ୍ୱାନକ୍ରମେ ବୈଠକ କରାଯାଇଛି ।  ବୈଠକରେ ସମସ୍ତ ଗ୍ରାମର ପ୍ରତିନିଧି ଯୋଗଦେଇ ଡୋକରି ପାହାଡ଼ର ସୁରକ୍ଷା ପାଇଁ ଶପଥ ନେଇଛନ୍ତି । ପ୍ରଶାସନ କ୍ରସର ଗୁଡ଼ିକୁ ବନ୍ଦ ନ କଲେ  ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.