ଭୁବନେଶ୍ବର,୧୬/୧ : କ୍ୟାପିଟାଲ ହସ୍ପିଟାଲରେ ଡ଼ାକ୍ତରଙ୍କୁ ଆକ୍ରମଣ । ଶୁକ୍ରବାର ଅପରାହ୍ନରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଡାକ୍ତରଙ୍କ ହାତ ଭାଙ୍ଗିଲା । ଡାକ୍ତରଙ୍କୁ ବଞ୍ଚାଇବାକୁ ଯାଇ ହସ୍ପିଟାଲର ଡ୍ରେସର ଆହତ ହୋଇଛନ୍ତି । ନିମାପଡ଼ାରୁ ରୋଗୀ ନେଇ ଆସିଥିବା ଜନୈକ ସମ୍ପର୍କୀୟ ଏଭଳିକାଣ୍ଡ ଭଆଇଥିବା ସୂଚନା ମିଳିଛି ।

ଖବରପାଇ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣାରେ ଜଣେ ଆକ୍ରମଣକାରୀ ଜଣେ ଆକ୍ରମଣକାରୀ ପୁଲିସ ଦ୍ବାରା ଅଟକ ହୋଇଥିବାବେଳେ ଜଣେ ଫେରାର ରହିଛି ।