ରାଉରକେଲା, ୪।୧୧ : ଫ୍ୟାନରୁ ଝୁଲି ଡାକ୍ତରଙ୍କ ଆତ୍ମହତ୍ୟା। ମୃତକ ଜଣକ ହେଲେ ଏନଆଇଟି ମେଡିକାଲ୍ ଅଫିସର ଡାକ୍ତର ସନ୍ତୋଷ ହୁଗାର (୩୦ ) । ଏନଆଇଟି ପରିସରରେ ଥିବା ସରକାରୀ ବାସ ଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।
ଗୋଟିଏ ବର୍ଷ ତଳେ ଏନଆଇଟି ରାଉକେଲାରେ ଯୋଗ ଦେଇଥିଲେ କର୍ଣ୍ଣାଟକ ଅଞ୍ଚଳର ଡାକ୍ତର ସନ୍ତୋଷ ହୁଗାର। ସୋମବାର ଏନଆଇଟି ପରିସରରେ ଥିବା ସରକାରୀ ବାସ ଭବନର ଭ୍ୟାନରେ ଝୁଲି ସେ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏଥିସହ ଏକ ସୁଇସାଇଡ ନୋଟ୍ ଜବତ କରିଛି ପୋଲିସ । ଏଥିରେ ଉଲ୍ଲେଖ ଅଛି ଯେ ପାରିବାରିକ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି। ସେକ୍ଟର -୩ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।