ଜୁନାଗଡ଼, ୨୦।୩: ଜୁନାଗଡ଼ ବଳଦିଆମାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ ଜୁନାଗଡ଼ ବଳଦିଆମାଳ ନିକଟସ୍ଥ ଜାତୀୟ ରାଜପଥରେ ଏକ ଦୁର୍ଘଟଣା ଘଟି ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଏକ କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଟ୍ରକକୁ ଜୋରଦାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାରରେ ବସିଥିବା ଡାକ୍ତର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ଜୁନାଗଡ଼ ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ବି ପଢ଼ନ୍ତୁ... ପ୍ରିୟଦର୍ଶନୀ ମାର୍କେଟ୍ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ପ୍ରଥମ ମହଲାରେ ବ୍ୟାପିଲା ନିଆଁ, ୫ ଦମକଳ ଗାଡ଼ି ନିୟୋଜିତ

ଖବର ଅନୁଯାୟୀ, କାର ଡ୍ରାଇଭର ଗାଡ଼ି ଚଳାଉଥିବା ବେଳେ ଡାକ୍ତର ପ୍ରଧାନ ଆଗ ସି ବସିଥିଲେ । ଡାକ୍ତର ପ୍ରଧାନ ଭବାନୀପାଟଣାରୁ ଧର୍ମଗଡ଼ରେ ଥିବା ନିଜ କ୍ଲିନିକକୁ ରୋଗୀ ଦେଖିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଓ ଦୁର୍ଘଟଣାର ସଠିକ କାରଣ ଖୋଜାଯାଉଛି । ଏହି ଘଟଣା ଅଞ୍ଚଳରେ ଗଭୀର ଶୋକର ପରିବେଶ ସୃଷ୍ଟି କରିଛି ।