​​​​​​​ସୋର, ୧୭।୯ :  ଡାକ୍ତରଙ୍କୁ ହାଣିଲେ ୬ ଦୁର୍ବୃତ୍ତ। ପଲସରରେ ଆସି ଦୁର୍ବୃତ୍ତ ଡାକ୍ତରଙ୍କ ବେକକୁ ହାଣିଛନ୍ତି। ଏଥିରେ ଡାକ୍ତର ଜଣକ ଗୁରୁତର ହୋଇଛନ୍ତି।ଗୁରୁତର ଡାକ୍ତର ଜଣକ ହେଲେ ଶିଶୁ ବିଶେଷଜ୍ଞ ଡ଼ ବ୍ରଜ କିଶୋର ସ୍ୱାଇଁ

ସୋର ପୌରପାଳିକା କଲେଜ ରୋଡରେ ଡ଼ ବ୍ରଜ କିଶୋର ସ୍ୱାଇଁଙ୍କ କ୍ଲିନିକ ରହିଛି। ବାପା ସୁଦାମଙ୍କ ସହିତ ଘର ଖଇରାକୁ ଯିବାପାଇଁ ଡ଼ ବ୍ରଜ କିଶୋର ସ୍ୱାଇଁ କ୍ଲିନିକରୁ ବାହାରୁଥିଲେ।  । ଏହି ସମୟରେ  ପଲସର ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ଡ. ସ୍ବାଇଁଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଦୁଇଟି  କଟୁରୀ ଘଟଣା ସ୍ଥଳ ଛାଡି ଚାଲିଯାଇଛନ୍ତି।ଗୁରୁତର ଡାକ୍ତରଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ତାଙ୍କ ବେକକୁ ଦୁର୍ବୃତ୍ତମାନେ ହାଣି ଥିବାରୁ ୯ଟି ଷ୍ଟିଚ ପଡିଛି l ତାଙ୍କ ଅବସ୍ଥା ସ୍ଥିର ରହିଛି । ପୁଲିସ ଘଟଣାର ତଦନ୍ତ କରୁଛି।