ପ୍ରମୂଖ ଖବର
  • ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ
  • ||
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ

Published By : Ankita S | May 31, 2025 9:05 AM

ନୂଆଦିଲ୍ଲୀ,୩୧/୦୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥାରେ ତାଳମେଳ ରହୁନାହିଁ । କେତେବେଳ କହୁଛନ୍ତି ଆମ ପାଇଁ ଯୁଦ୍ଧ ବନ୍ଦ ହେଲା କେତେବେଳେ କହୁଛନ୍ତି ନା ଆମ ପାଇଁ ହୋଇନାହିଁ । ପ୍ରଥମେ କହିଲେ ଆମେରିକା ମଧ୍ୟସ୍ଥତାରେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ ହେଲା । ଏହାପରେ ପୁଣି ନିଜେ ବୟାନକୁ ଓହରିଗଲେ । ଏବେ ପୁଣି ଭାରତ-ପାକ୍‌ ଅସ୍ତ୍ରବିରତିକୁ ନେଇ ବଡ଼ ବୟାନ ଦେଇଛନ୍ତି । ଭାରତ-ପାକ୍‌ ମଧ୍ୟରେ ଉତ୍ତେଜନା ଏକ ପରମାଣୁ ବିପର୍ଯ୍ୟରେ ପରିଣତ ହେବାକୁ ଯାଉଥିଲା । ଯାହାକୁ ଆମେ ଅଟକାଇଛୁ । ଆମେ କଥା ହେଲୁ ତେଣୁ ଯୁଦ୍ଧ ରୋକିଲା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ପୁଣି ଥରେ ଭାରତ-ପାକିସ୍ତାନ ଅସ୍ତ୍ରବିରତିର କ୍ରେଡ଼ିଟ୍ ନେବାକୁ ପ୍ରୟାସ କରିଛନ୍ତି ଡୋନାଲ୍ଡ  ଟ୍ରମ୍ପ । ଭାରତ- ପାକ୍ ଯୁଦ୍ଧବିରତି ନେଇ କିଛି ଦିନ ଟ୍ରମ୍ପ କହିଥିଲେ ଏଥିରେ ଆମର କିଛି ଭୂମିକା ନାହିଁ । ଏବେ ପୁଣି ଥରେ କହିଛନ୍ତି,'ଆମେ ଯୁଦ୍ଧ ରୋକିଥିଲୁ । ଏହା ପରମାଣୁ ବିପର୍ଯ୍ୟୟ ଆଣିଥାନ୍ତା । ଭାରତ-ପାକିସ୍ତାନ ଦେଶର ନେତା ମହାନ୍ ସେମାନଙ୍କୁ  ଧନ୍ୟବାଦ ଦେବାକୁ ଚାହୁଁଛି । ଆମେ ବ୍ୟବସାୟ ଉପରେ କଥା ହେଲୁ । କହିଲୁ କି ଆମେ ସେହି ଲୋକଙ୍କ ସହ ବ୍ୟବସାର କରିବୁ ନାହିଁ ଯିଏକି ପରସ୍ପର ଉପରେ ଗୁଳି ଚଳାଉଛନ୍ତି । ସେମାନେ ଏହା ବୁଝିଲେ । ଆମେରିକା ଅନ୍ୟ ଦେଶ ମଧ୍ୟରେ ହେଉଥିବା ଯୁଦ୍ଧକୁ ମଧ୍ୟ ରୋକିବୁ।'

ପହଲଗାମ ପ୍ରତିଶୋଧ ନେଇ ଭାରତ ଅପରେସନ୍ 'ସିନ୍ଦୂର' ଲଞ୍ଚ କରିଥିଲା । ଏଥିରେ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କୀ ଆଡ୍ଡା ମାଟିରେ ମିଶିଥିଲା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲା । ୨୬ ନୀରିହ ଜୀବନର ପ୍ରତିଶୋଧ ନେଇଥିଲେ ଭାରତୀୟ ସେନା । ଏହି ଅପରେସନ୍ ପାକିସ୍ତାନର ଅଣ୍ଟା ଭାଙ୍ଗିଥିଲା । ପାଲଟା ଆକ୍ରମଣ କରି ପାକ୍‌ ସେନା ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବ, ଜମ୍ମୁକାଶ୍ମୀର ରାଜସ୍ଥାନ ଏୟାରଷ୍ଟ୍ରାଇକ୍ କରିଥିଲା । ଯାହାର ମୁହଁତୋଡ଼ ଜବାବ୍‌ ଦେଇଥିଲା ଭାରତୀୟ ସେନା । ପ୍ରାୟ ୪ଦିନ ଏମିତି ଡ୍ରୋନ୍‌ ମାଡ଼ କରିଥିଲା ପାକିସ୍ତାନ । ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାକୁ ଲାଗିଥିଲା । ଯୁଦ୍ଧ ନହେଉ ବୋଲି ସମସ୍ତେ ପ୍ରାର୍ଥନା କରୁଥିଲେ । ଶେଷରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଥିଲା । ପ୍ରଥମେ ଆମେରିକା ମଧ୍ୟସ୍ଥତାରେ ଏହା ହୋଇଥିବା କହିଥିଲେ ଡ଼ୋନାଲ୍ଡ ଟ୍ରମ୍ପ । ସଂଘର୍ଷରେ ବିରାମ ନେଇ ପ୍ରଥମେ ଟ୍ରମ୍ପ କହିଥିଲେ । ଏହାପରେ ବୟାନକୁ ଓହରି ଯାଇଥିଲେ । ଏବେ ପୁଣି କହିଛନ୍ତି ଆମେ ଯୁଦ୍ଧ ରୋକିଥିଲୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.