ପ୍ରମୂଖ ଖବର
  • କାମାକ୍ଷାନଗର : ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ
  • ||
  • ସୁନ୍ଦରଗଡ଼ : ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କଟକ: ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ ଦର ନିୟନ୍ତ୍ରଣ ପାଇଁ ବେପାରିଙ୍କୁ ତାଗିଦ୍
  • ||
  • ପାଟଣାରେ ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର
  • ||
  • ମାଲକାନଗିିରି: ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ
  • ||
  • କଟକ: ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ
  • ||
  • ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ
  • ||
  • ପାଟଣା : ଶୋଇବା ଘରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର
  • ||
  • ବୈପାରିଗୁଡା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୫ ଗିରଫ
  • ||
  • ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ ଅଭିଯୋଗ, ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକ
  • ||
  • ଆନନ୍ଦପୁର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ
  • ||
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁଠାରୁ ବଡ଼ ସମ୍ମାନ ଦେବ ଏହି ଆଫ୍ରିକୀୟ ଦେଶ,କୋଭିଡ୍ ବେଳେ ଭାରତ ଦେଇଥିଲା ଭ୍ୟାକସିନ୍

ନୂଆଦିଲ୍ଲି,୧୪।୧୧:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫ୍ରିକା ଯାତ୍ରା ପୂର୍ବରୁ ଆଫ୍ରିକୀୟ ଦେଶ ଡୋମିନିକାରେ ଦିଆଯିବ ସବୁଠାରୁ ବଡ଼ ସମ୍ମାନ। କୋଭିଡ୍-୧୯ ମହାମାରୀ ବେଳେ ଡୋମିନିକାରେ ତାଙ୍କ ଯୋଗଦାନ ଓ ଭାରତ ଓ ଡୋମିନିକା ମଧ୍ୟରେ ଚୁକ୍ତିକୁ ମଜବୁତ କରିବା ପାଇଁ ତାଙ୍କୁ ସମର୍ପଣା ସମ୍ମାନରେ ଡୋମିନିକା ପିଏମ୍ ମୋଦିଙ୍କୁ ନିଜର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାର ‘ଡୋମିନିକା ଆଓ୍ବାର୍ଡ ଅଫ୍ ଅନର ପ୍ରଦାନ କରିବ। ଗୁରୁବାର ଏକ ବିଜ୍ଞପ୍ତି ଜାରି କରି ଏହି ଘୋଷଣା କରାଯାଇଛି। ଡୋମିନିକାର ରାଷ୍ଟ୍ରମଣ୍ଡଳର ଅଧ୍ୟକ୍ଷ ସିଲଭେନି ବର୍ଟନ ଆଗାମୀ ଭାରତ-କ୍ୟାରିକମ୍ ଶିଖର ସମ୍ମିଳନୀ ବେଳେ ଏହି ପୁରସ୍କାର ପ୍ରଦାନ କରିବେ। ଏହି ସମ୍ମିଳନୀ ୧୯ ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଗୁୟାନର ଜର୍ଜଟାଉନ୍‌ରେ ହେବାର ଅଛି। ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦି ୧୬ ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଆଫ୍ରିକୀୟ ଦେଶର ଗସ୍ତରେ ଯିବେ।

ଡୋମିନିକାର ପ୍ରଧାନମନ୍ତ୍ରୀ ସ୍କେରିଟ୍‌ ପିଏମ୍‌ ମୋଦିଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଡୋମିନିକାର ପ୍ରକୃତ ସାଥୀ। ବିଶେଷ ଭାବରେ ବିଶ୍ବ ସ୍ବାସ୍ଥ୍ୟ ସଙ୍କଟ ମଧ୍ୟରେ ଆମର ଭିତରେ ଦରକାରୀ  ସମୟରେ ସାହାଯ୍ୟ କରିଛନ୍ତି। ତାଙ୍କ ସମର୍ଥନ ପାଇଁ ଆମର କୃତଜ୍ଞତାର ପ୍ରତୀକ ରୂପରେ ଓ ଆମ ଦେଶ ଭିତରେ ମଜବୁତ ସମ୍ପର୍କର ପ୍ରତିବିମ୍ବ ରୂପରେ ତାଙ୍କୁ ଡୋମିନିକାର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରିବା ସମ୍ମାନର କଥା। ଆମେ ଏହାକ ଆଗକୁ ବଢାଇବା ଓ ଆପଣଙ୍କ ମିଳିତ ଦୃଷ୍ଟିକୋଣକୁ ଆଗକୁ ବଢାଇବା ପାଇଁ ତତ୍ପର।’

ଉଲ୍ଲେଖନୀୟ ଯେ, କରୋନା ମହାମାରୀ ବେଳେ ଫେବୃଆରୀ ୨୦୨୧ ରେ ଭାରତ ଡୋମିନିକାକୁ ଏଷ୍ଟେ୍ରାଜେନେକା କୋଭିଡ୍-୧୯ ଭ୍ୟାକସିନ୍‌ର ୭୦,୦୦୦ ଡୋଜ୍ ପଠାଥିଲର। ଡୋମିନିକା କହିଛ ଯେ, ଆମେ ଏହି ଭ୍ୟାକସିନ୍ ନେବା ସହ ପଡୋଶୀ ଦେଶକୁ ସାହାଯ୍ୟ କରିବାର ସୁଯୋଗ ମିଳିଲା। ବିଜ୍ଞପ୍ତିରେ କୁହାଯାଇଛି ଏହି ପୁରସ୍କାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଶିକ୍ଷା ଓ ସୂଚନା ପ୍ରଯୁକ୍ତିରେ ଡୋମିନିକାର ବିକାଶ ପାଇଁ ତାଙ୍କ ଭୂମିକାକୁ ମଧ୍ୟ ମାନ୍ୟତା ଦେଉଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.