ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଚୀନ୍‌ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଡୋନାଲ୍ଡ ଟ୍ରମ୍ପ: ବିଶ୍ବ ଶାନ୍ତି, ବାଣିଜ୍ୟ ଓ ଟିକଟକ୍‌ ପ୍ରସଙ୍ଗରେ ହେଲା ଆଲୋଚନା

Published By : Tapas Panda | January 17, 2025 9:55 PM

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଦ୍ବିପାକ୍ଷିକ ବାଣିଜ୍ୟ, ସମ୍ଭାବ୍ୟ ସଂକଟ, ଶାନ୍ତି ଏବଂ ସୋସିଆଲ ମିଡିଆ ଫ୍ଲାଟଫର୍ମ ଟିକ୍‌ଟକ୍‌କୁ ନେଇ ଦୁଇ ନେତା ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି ।  ତେବେ ଜିନପିଙ୍ଗଙ୍କ ସହ ଗଠନମୂଳକ ଆଲୋଚନା ହୋଇଥିବା ବେଳେ ଭବିଷ୍ୟତରେ ଏହା ଫଳପ୍ରଦ ହେବ ବୋଲି ଟ୍ରମ୍ପ ଆଶା ପ୍ରକଟ କରିଛନ୍ତି । 

ସୋସିଆଲ ମିଡିଆରେ ଟ୍ରମ୍ପ ଲେଖିଛନ୍ତି, ‘ଏହି କଲ୍‌ ଚୀନ୍‌ ଏବଂ ଆମେରିକା ପାଇଁ ଖୁବ ଭଲ। ଅଧିକାଂଶ ସମସ୍ୟାର ସମାଧାନ ଆମେ ଆଲୋଚନା ମାଧ୍ୟମରେ କରିପାରିବୁ ବୋଲି ଆଶା କରୁଛି । ଆମେ ସନ୍ତୁଳିତ ବାଣିଜ୍ୟ, ଫେଣ୍ଟାଇଲ୍‌, ଟିକ୍‌ଟକ୍‌ ଭଳି ବହୁ ପ୍ରସଙ୍ଗରେ ଆଲୋଚନା ହୋଇଛି ।’ ଏକତା ଉପରେ ଗୁରୁତ୍ବ ଦେବା ସହ ଟ୍ରମ୍ପ ଲେଖିଛନ୍ତି, ରାଷ୍ଟ୍ରପତି ଜିନପିଙ୍ଗ ଏବଂ ମୁଁ ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିବା ଲାଗି ଯଥା ସମ୍ଭବ ଚେଷ୍ଟା କରିବୁ । 

ସେପଟେ ବିଶ୍ବର ଦୁଇ ଶକ୍ତିଶାଳୀ ନେତାଙ୍କ ଆଲୋଚନା ସଂପର୍କରେ ଚୀନ୍‌ର ସରକାରୀ ଗଣମାଧ୍ୟମ ଜିନୁହା ସୂଚନା ଦେଇଛି । କିନ୍ତୁ ସେମାନେ କଣ ଆଲୋଚନା କରିଛନ୍ତି ସେନେଇ କିଛି ସୂଚନା ଦେଇନାହିଁ ।  ଏହା ପୂର୍ବରୁ ଜାନୁଆରୀ ୬ରେ ସି ଜିନିପିଙ୍ଗଙ୍କ ସହିତ ଆଲୋଚନା କରିବାକୁ ପ୍ରକ୍ରିୟା ଚାଲିଛି ବୋଲି କହିଥିଲେ ଟ୍ରମ୍ପ । ସେପଟେ ଜାନୁଆରୀ ୨୦ରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଚୀନ୍‌ ରାଷ୍ଟ୍ରପତି ଜିନପିଙ୍ଗ ଯୋଗ ଦେବେ ନାହିଁ ବୋଲି ବେଜିଂ ସ୍ପଷ୍ଟ କରିଥିବା ବେଳେ ଏଥିପାଇଁ ଉପ ପ୍ରଧାନମନ୍ତ୍ରୀ ହାନ୍‌ ଝେଙ୍ଗଙ୍କୁ ଦାୟିତ୍ବ ଦିଆଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.